ବିଜେପିର ନୂଆ ବିହାର ମୁଖ୍ୟ  ସଞ୍ଜୟ ସରାୱଗି

ବିଜେପିର ନୂଆ ବିହାର ମୁଖ୍ୟ  ସଞ୍ଜୟ ସରାୱଗି
Samaya Live Desk Picture
Published On

ପାଟନା: ବିଜେପି ସଞ୍ଜୟ ସରାୱଗିଙ୍କୁ ଦଳର ବିହାର ମୁଖ୍ୟ ନିଯୁକ୍ତ କରିଛି। ଦିଲ୍ଲୀପ କୁମାର ଜୟସ୍ବାଲଙ୍କ ସ୍ଥାନରେ ସଞ୍ଜୟ ଦଳର ରାଜ୍ୟ ମୁଖ୍ୟ ହୋଇଛନ୍ତି। ବିହାର ସରକାରରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ  ସଞ୍ଜୟ ଦରଭଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ। ବିଜେପି ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ବି‌ଜେପି ଜାତୀୟ ସଭାପତି ଜେପି ନଡ୍ଡା ସଞ୍ଜୟ ସରାୱଗିଙ୍କୁ ବିହାରରେ ବିଜେପି ମୁଖ୍ୟ ନିଯୁକ୍ତ କରିଛନ୍ତି। ୫ ଥର ବିଧାୟକ ହୋଇଥିବା ୫୭ ବର୍ଷୀୟ ସରାୱଗିଙ୍କୁ ଚଳିତ ବର୍ଷ ‌ଫେବ୍ରୁଆରିରେ ରାଜ୍ୟ କ୍ୟାବିନେଟ୍‌ରେ ସାମିଲ କରାଯାଇ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ରାଜସ୍ବ ଏବଂ ଜମି ସଂସ୍କାର ବିଭାଗ ଦିଆଯାଇଥିଲା। ତେବେ ଗତ ମାସରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ସମୟରେ ତାଙ୍କୁ ସାମିଲ କରାନଯିବାରୁ ଅନେକ ପ୍ରଶ୍ନ ଉଠିଥିଲା।  

Tags: