ତେଲେଙ୍ଗାନାରେ କ୍ରେନ୍ ଭୁଶୁଡ଼ି ୫ ଶ୍ରମିକଙ୍କ ମୃତ୍ୟୁ, ୧୨ ଆହତ
ହାଇଦ୍ରାବାଦ: ହାଇଦ୍ରାବାଦ ନିକଟସ୍ଥ ଶଙ୍କରପଲ୍ଲୀରେ ସୋମବାର ଏକ ନିର୍ମାଣସ୍ଥଳରେ ଏକ କ୍ରେନ୍ ଭୁଶୁଡ଼ି ପଡ଼ିବା ଫଳରେ ୫ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଓ ୧୨ ଜଣ ଆହତ ହୋଇଛନ୍ତି। ପ୍ରବଳ ପବନ ଓ ବର୍ଷା ଯୋଗୁ ଆଜି ମହାଲିଙ୍ଗପୁରମ୍ ଗ୍ରାମରେ ଏହି ଘଟଣା ଘଟିଛି। ଏକ ଅସ୍ଥାୟୀ ଶିବିରରେ ପାଖାପାଖି ୧୭ ଜଣ ଶ୍ରମିକ ଥିବାବେଳେ ଏହା ଉପରେ କ୍ରେନ୍ ଭୁଶୁଡ଼ି ପଡ଼ିଥିଲା। ସମସ୍ତ ଶ୍ରମିକ ବିହାର, ଉତ୍ତରପ୍ରଦେଶ ଓ ଓଡ଼ିଶାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ତେବେ ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। କେଉଁ ପରିସ୍ଥିତିରେ କ୍ରେନ୍ଟି ଭୁଶୁଡ଼ି ପଡ଼ିଛି ତାହା ଜଣାପଡ଼ିନାହିଁ।
Tags:



