ନାଗାଲାଣ୍ଡ ଜୁକୋଉରେ ଲାଗିଥିବା ନିଆଁ ମଣିପୁରକୁ ବ୍ୟାପିଲା
By: Samaya Live Desk
କୋହିମା: ନାଗାଲାଣ୍ଡର ଜୁକୋଉ ଉପତ୍ୟକାରେ ବଡ଼ ଧରଣର ନିଆଁ ଲାଗିଛି। ନିଆଁ ଏଭଳି ବ୍ୟାପିଛି ଯେ ଏହାକୁ ନିୟନ୍ତ୍ରଣ କରିହେଉନି। ଏହାଦ୍ବାରା ପରିବେଶ ଓ ଜୀବଜନ୍ତୁଙ୍କ ପ୍ରତି ବଡ଼ ଧରଣର ବିପଦ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ ସୋମବାର ଜୁକୋଉ ଉପତ୍ୟକାରେ ନିଆଁ ଲାଗିଥିବା ନେଇ କର୍ତ୍ତୃପକ୍ଷ ଖବର ପାଇଥିଲେ। ତେବେ ନିଆଁ କିଭଳି ଲାଗିଲା ତା’ର ସ୍ପଷ୍ଟ କାରଣ ଜଣାପଡ଼ିନି। କିନ୍ତୁ ବଳିଷ୍ଠ ଉଦ୍ୟମ ସତ୍ତ୍ବେ ନିଆଁକୁ ନିୟନ୍ତ୍ରଣ କରାଯାଇ ପାରି ନଥିବାରୁ ଏହା ମଣିପୁରକୁ ବ୍ୟାପିଛି। ମଣିପୁରର ସର୍ବୋଚ୍ଚ ପର୍ବତ ଏସିକୁ ନିଆଁ ବ୍ୟାପିଥିବା ଜଣାପଡ଼ିଛି। ଜୁକୋଉ ଉପତ୍ୟକାରେ ଅଗ୍ନି ବଳୟରେ ୩୦ ଟ୍ରେକର ଫସିଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଜୁକୋଉ ଉପତ୍ୟକାରେ ଉଭୟ ଜାଖମା ଓ ବିଶ୍ବେମାରେ ସମସ୍ତ ଟ୍ରେକିଂ କାର୍ଯ୍ୟକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି।
ସମ୍ବନ୍ଧିତ ଖବର ୩ ଦିନିଆ ଶୋକ ପାଳିବ ମହାରାଷ୍ଟ୍ର
Tags:



