ସୀତାପୁରରେ ଅଗ୍ନିକାଣ୍ଡ, ୧୨ ଘର ଜଳିଗଲା, ୨ ମହିଳାଙ୍କ ମୃତ୍ୟୁ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ପ୍ରବଳ ପବନ ବହିବା ସହିତ ଏକ ଘରେ ନିଆଁ ଲାଗି ପ୍ରାୟ ୧୨ଟି ଘର ସଂଲଗ୍ନ ହୋଇ ବ୍ୟାପିଯିବାରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସାତ ବର୍ଷର ଝିଅ ପୋଡ଼ି ହୋଇ ଗୁରୁତର ଅଛି ବୋଲି ଅଧିକାରୀମାନେ ରବିବାର କହିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ ରାଜଗଣପତି ଆର କହିଛନ୍ତି ଯେ ଶନିବାର ଦିନ ସରାୟା ଚଲକାପୁର ଗାଁରେ ଜଣଙ୍କ ଛାତ ଉପରେ ଖାଦ୍ୟ ରନ୍ଧା ହେଉଥିବାବେଳେ ଏହି ଘଟଣା ଘଟିଥିଲା।ଝଡ଼ ସମୟରେ ପ୍ରବଳ ପବନ ଯୋଗୁଁ ନିଆଁ ଛାତରୁ ନିକଟବର୍ତ୍ତୀ ଘରଗୁଡ଼ିକୁ ଶୀଘ୍ର ବ୍ୟାପିଗଲା, ଏବଂ ଆଖପାଖର ଅନେକ ଘରକୁ କବଳିତ କଲା ବୋଲି ସେ କହିଛପ୍ତି। ମୃତକମାନେ ଫୁଲମତି (୪୫) ଏବଂ ଇଦୁରା (୬୫) ବୋଲି ଡିଏମ୍ କହିଛନ୍ତି। ଜଣେ ସାତ ବର୍ଷୀୟ ଝିଅ ପୋଡ଼ି ଆହତ ହୋଇଛି ଏବଂ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛି।
Tags:



