ସାହୁକାରଙ୍କ ଋଣ ଶୁଝିନପାରି କିଡନି ବିକିଲେ ଚାଷୀ

ସାହୁକାରଙ୍କ ଋଣ ଶୁଝିନପାରି କିଡନି ବିକିଲେ ଚାଷୀ
Samaya Live Desk Picture
Published On

ମୁମ୍ବାଇ:  ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ଲଜ୍ଜାଜନକ ଘଟଣା ଘଟଣା ଘଟିଛି। ରୋଶନ ସଦାଶିବ କୁଡେ ନାମକ ଜଣେ ଚାଷୀ ସାହୁକାରଙ୍କ ଋଣ ଶୁଝିବାକୁ ନିଜ କିଡ୍‌ନି ବିକିବାକୁ ବାଧ୍ୟ ହୋଇଥିବା ଘଟଣା ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରୋଶନଙ୍କର ୪ ଏକର ଜମି ଥିଲା। ସେଥିରେ ଚାଷବାସ କରି ସେ ପରିବାର ଚଳାଉଥିଲେ। ଚାଷରେ କ୍ଷତି ହେବା ପରେ ସେ ଗୋପାଳନ ଆରମ୍ଭ କରିବାକୁ ସାହୁକାରଙ୍କଠାରୁ ଏକ ଲକ୍ଷ ଟଙ୍କା ଉଧାର ନେଇଥିଲେ। କିନ୍ତୁ ଭାଗ୍ୟ ତାଙ୍କ ସପକ୍ଷରେ ନ ଥିଲା। ଗାଈଗୁଡ଼ିକ ମରିଯିବା ସହିତ ଫସଲ ନଷ୍ଟ ହୋଇଯାଇଥିଲା। ଏହି ଘଟଣା ତାଙ୍କୁ ଋଣବୋଝରେ ବୁଡ଼ାଇ ଦେଇଥିଲା। ସାହୁକାର ଏକ ଲକ୍ଷ ଟଙ୍କାରେ ଦୈନିକ ୧୦,୦୦୦ ଟଙ୍କା ସୁଧ ମାଗିଲା। ଏକ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଗଲା। ରୋଶନ ନିଜର ୨ ଏକର ଜମି, ଘରର ମୂଲ୍ୟବାନ ସାମଗ୍ରୀ ବିକ୍ରି କରିଦେ‌ଲେ କିନ୍ତୁ ଋଣ ଶୁଝିଲାନି। ଏତିକିରେ ସାହୁକାରର ନିର୍ଯାତନା ଶେଷ ହେଲାନି, ସେ ରୋଶନଙ୍କୁ କିଡ୍‌ନୀ ବିକିବାକୁ ପରାମର୍ଶ ଦେଲେ। ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ରୋଶନଙ୍କୁ କୋଲକାତା ନିଆଗଲା ଓ ତାଙ୍କର ଡାକ୍ତରୀ ପରୀକ୍ଷା କରାଗଲା। ଏହାପରେ କାମ୍ବୋଡିଆ ନିଆଯାଇ ସର୍ଜରୀ ଦ୍ବାରା କିଡ୍‌ନୀ ବାହାର କରିନିଆଗଲା। କିଡ୍‌ନୀ ମୂଲ୍ୟ ମାତ୍ର ୮ ଲକ୍ଷ ଟଙ୍କା ହେଲା। ପୀଡ଼ିତ ଚାଷୀ ପୁଲିସରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା।  

 

Tags: