‘ଭାରତ ବିନା ଆମେ ଅଧୁରା’: ୟୁରୋପ
ନୂଆଦିଲ୍ଲୀ: ବିଶ୍ଵରେ ଏବେ ଅନେକ ରାଷ୍ଟ୍ର ମଧ୍ୟରେ ଅଶାନ୍ତି ଲାଗିରହିଥିବା ବେଳେ ଭାରତ କିନ୍ତୁ ଏଥିରୁ ନିବୃତ୍ତ ରହିଛି । ସମସ୍ତଙ୍କ ସହ ଭାରତ ଭଲ ସମ୍ପର୍କ ରଖିଆସିଛି । ଯଦିଓ ଶୁଳ୍କ ପାଇଁ ଆମେରିକା ସହ ଭାରତର ସମ୍ପର୍କ ସାମାନ୍ୟ କ୍ଷୁର୍ଣ୍ଣ ହୋଇଛି, ତଥାପି ଭାରତ ଆମେରିକା ସହ ଆଲୋଚନା ଜାରି ରଖିଛି ଏବଂ ଭଲ ସମ୍ପର୍କ ରଖିବା ପାଇଁ ସବୁବେଳେ ଚେଷ୍ଟା କରିଆସିଛି । ଭାରତ ବର୍ତ୍ତମାନ ବିଶ୍ୱ ରାଜନୀତିରେ ଏକ ଦୃଢ଼ ଏବଂ ନିର୍ଣ୍ଣାୟକ ସ୍ଥିତିରେ ଅଛି । ଆମେରିକା ଶକ୍ତ ଭାବରେ ଭାରତ ସହିତ ଚୁକ୍ତିନାମା ଜାରି ରଖିଥିବାବେଳେ, ୟୁରୋପ ଖୋଲାଖୋଲି ଭାବରେ ସ୍ୱୀକାର କରୁଛି ଯେ ଭାରତ ବିନା ତାର ରଣନୀତି ଅସମ୍ପୂର୍ଣ୍ଣ । ଏହି କାରଣରୁ ୟୁରୋପୀୟ ସଂଘର ଶୀର୍ଷ ନେତାମାନେ ଚଳିତ ବର୍ଷ ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପାଳନ ପାଇଁ ମୁଖ୍ୟ ଅତିଥି ଭାବରେ ଭାରତ ଆସୁଛନ୍ତି । ୟୁରୋପୀୟ ଅତିଥିମାନେ କେବଳ ଏକ ଆନୁଷ୍ଠାନିକ ଗସ୍ତ ପାଇଁ ଭାରତ ଆସୁନାହାନ୍ତି, ବରଂ ସେମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଏବଂ ଅର୍ଥନୈତିକ ପ୍ରସ୍ତାବ ମଧ୍ୟ ଆଣିଛନ୍ତି । ୟୁରୋପୀୟ ସଂଘ ନେତାମାନେ ସ୍ୱୀକାର କରିଛନ୍ତି ଯେ ଭାରତ ଆଉ କେବଳ ଏକ ଉଦୀୟମାନ ଶକ୍ତି ନୁହେଁ ବରଂ ଏହା ଏକ ରଣନୈତିକ ଦେଶ ପାଲଟିଛି । "ଭାରତ ବିନା, ଆମେ ଅସମ୍ପୂର୍ଣ୍ଣ" ।



