ମିଆଁମାରରୁ ମିଳିଲା ୨ କିଲୋ ମାଣିକ୍ୟ
ନୂଆଦିଲ୍ଲୀ : ମିଆଁମାରରେ ଏବେ ଗୃହଯୁଦ୍ଧ ସ୍ଥିତି ପାଇଁ ଦେଶ ସଙ୍କଟ ସମୟ ଦେଇ ଗତି କରୁଥିବାବେଳେ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ମିଆଁମାରକୁ ଏକ ବଡ଼ ଗୁପ୍ତଧନ ମିଳିଛି। ମିଆଁମାରର ଖଣି କର୍ମଚାରୀମାନେ ଏକ ବଡ଼ ମାଣିକ୍ୟ ଆବିଷ୍କାର କରିଛନ୍ତି ଯାହା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ମିଆଁମାରର ମୋଗୋକ ଅଞ୍ଚଳରେ ଖଣି ଖନନ ସମୟରେ ୧୧,୦୦୦ କ୍ୟାରେଟ ବା ୨.୧ କିଲୋଗ୍ରାମର ଏକ ବିଶାଳ ମାଣିକ୍ୟ ମିଳିଛି ବୋଲି ରିପୋର୍ଟ କରାଯାଇଛି। ଏହାକୁ ଦେଶରେ ମିଳିଥିବା ଦ୍ୱିତୀୟ ବୃହତ୍ତମ ମାଣିକ୍ୟ ଭାବରେ ବିବେଚନା କରାଯାଉଛି। ଏହାର ମୂଲ୍ୟ ଏପର୍ଯ୍ୟନ୍ତ ଆକଳନ କରାଯାଇ ନାହିଁ, କିନ୍ତୁ ଅନୁମାନ କରାଯାଉଛି ଯେ, କଟା ଯାଇ ନଥିବା ଏହି ରୁବିର ମୂଲ୍ୟ କୋଟି କୋଟି ଟଙ୍କା ହେବ। ମୋଗୋଗ ଅଞ୍ଚଳକୁ ମିଆଁମାରର ରତ୍ନପଥର ଶିଳ୍ପ ଭାବେ ବିବେଚନା କରାଯାଏ। ଗତ କିଛି କିଛି ଦିନ ଧରି ଏହି ଅଞ୍ଚଳରେ କ୍ଷମତା ପାଇଁ ଲଢ଼େଇ ଜାରି ରହିଛ। ମିଳିଥିବା ମାଣିକ୍ୟ ୧୯୯୬ରେ ମିଳିଥିବା ୨୧,୪୫୦ କ୍ୟାାରେଟ ମାଣିକ୍ୟଠାରୁ ଆକାରରେ ଛୋଟ ଥିଲେ ମଧ୍ୟ ଏହାର ଗୁଣବତ୍ତା ଉତ୍କୃଷ୍ଟ ବୋଲି କୁହାଯାଉଛି।




