ପରୀକ୍ଷା ଚାପ ପାଇଁ ଆତ୍ମହତ୍ୟା କରିଦେଲେ ଇଞ୍ଜିନିୟରିଂ ଛାତ୍ରୀ

ପରୀକ୍ଷା ଚାପ ପାଇଁ ଆତ୍ମହତ୍ୟା କରିଦେଲେ ଇଞ୍ଜିନିୟରିଂ ଛାତ୍ରୀ
Samaya Live Desk Picture
Published On

ରାୟଗଡ଼ :   ପରୀକ୍ଷା ଚାପ ପାଇଁ ଜୀବନ ହାରିଦେଲେ ଜଣେ ଇଞ୍ଜିନିୟରିଂ ଛାତ୍ରୀ । ବାପା ମା’ଙ୍କୁ କ୍ଷମା ମାଗି ଏଭଳି ଏକ ଚରମ ପଦକ୍ଷେପ ଗ୍ରହଣ କରିଥିବା ଛାତ୍ରୀଙ୍କ ନାଁ  ପ୍ରିନ୍ସି କୁମାରୀ । ଶନିବାର ସେ ରହୁଥିବା ହଷ୍ଟେଲରେ ଆତ୍ମହତ୍ୟା କରିଦେଇଛନ୍ତି। ସୁଇସାଇଡ ନୋଟ୍‌ରେ ପ୍ରିନ୍ସି ଜୀବନ ହାରିବା ପଛର କାରଣ ପରୀକ୍ଷାର ଚାପ ବୋଲି ଲେଖିଛନ୍ତି। ତେବେ  ପୁଲିସ ଛାତ୍ରୀଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଛତିଶଗଡ଼ରେ ଥିବା ଏକ କଲେଜରେ ପଢ଼ୁଥିଲେ ପ୍ରିନ୍ସି। କମ୍ପ୍ୟୁଟର ସାଇନ୍ସରେ ସେ ବି.ଟେକ୍ କରୁଥିଲେ ଏବଂ ପୁଞ୍ଜିପଥ୍ରା ନିକଟରେ ଥିବା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ରହୁଥିଲେ। ପୁଲିସର କହିବା ଅନୁଯାୟୀ, ଛାତ୍ରୀ ଜଣକ ଶନିବାର ରାତିରେ ତାଙ୍କ ହଷ୍ଟେଲ ରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପରିବାର ଲୋକେ ବାରମ୍ବାର କଲ୍‌ କରିଥିଲେ ବି ଉଠାଇନଥିଲେ ପ୍ରିନ୍ସି। ଏହା ପରେ ପରିବାର ଲୋକେ ହଷ୍ଟେଲ ୱାର୍ଡେନଙ୍କ ସହ ଯୋଗାଯୋଗ କରିଥିଲେ। ୱାର୍ଡେନ ରୁମରେ ପହଞ୍ଚିବା ପରେ ପ୍ରିନ୍ସି ଜୀବନ ହାରିଦେଇଥିବା ଜଣାପଡ଼ିଥିଲା।   

Tags: