ଜରୁରୀକାଳୀନ ଅବତରଣ କରିଛି ସ୍ପାଇସଜେଟ୍‌

ନୂଆଦିଲ୍ଲୀ: ଜୁଲାଇ ୦୨: ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନ ଆଜି ଉଡାଣ ଭରିବାର କିଛି ସମୟ ପରେ ଅବତରଣ କରିଛି । ସ୍ପାଇସ୍‌ ଜେଟର ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଶନିବାର ବିମାନଟି ଜବଲପୁର ଯାଉଥିବା ବେଳେ ମଝି ଆକାଶରେ ବିମାନରୁ ଧୂଆଁ ବାହାରିଥିଲା । ସେତେବେଳେ ବିମାନଟି ପ୍ରାୟ ୫ ହଜାର ଫୁଟ୍‌ ଉପରେ ଥିଲା । ପାଇଲଟଙ୍କ କ୍ୟାବିନରେ ବି ଧୂଆଁ ଦେଖିବାକୁ ମିଳିଥିଲା । ଏହାପରେ […]

Samaya Live Picture
Published On

ନୂଆଦିଲ୍ଲୀ: ଜୁଲାଇ ୦୨: ଦିଲ୍ଲୀରୁ ଜବଲପୁର ଯାଉଥିବା ସ୍ପାଇସଜେଟର ଏକ ବିମାନ ଆଜି ଉଡାଣ ଭରିବାର କିଛି ସମୟ ପରେ ଅବତରଣ କରିଛି । ସ୍ପାଇସ୍‌ ଜେଟର ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଶନିବାର ବିମାନଟି ଜବଲପୁର ଯାଉଥିବା ବେଳେ ମଝି ଆକାଶରେ ବିମାନରୁ ଧୂଆଁ ବାହାରିଥିଲା । ସେତେବେଳେ ବିମାନଟି ପ୍ରାୟ ୫ ହଜାର ଫୁଟ୍‌ ଉପରେ ଥିଲା । ପାଇଲଟଙ୍କ କ୍ୟାବିନରେ ବି ଧୂଆଁ ଦେଖିବାକୁ ମିଳିଥିଲା । ଏହାପରେ ପୁଣି ଦିଲ୍ଲୀ ବିମାନବନ୍ଦରକୁ ଫେରି ଆସି ଅବତରଣ କରିଥିଲା । କିଛି ସମୟ ମଧ୍ୟରେ ହିଁ ବିମାନଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ଭିତରେ ବସିଥିବା ଯାତ୍ରୀ ଧୂଆ ପାଇଁ ଅସୁବିଧାର ସାମ୍ନା କରିଥିଲେ । ବିମାନର ଜରୁରୀ ଅବତରଣ ପରେ ଯାତ୍ରୀଙ୍କୁ ବିମାନବନ୍ଦରରେ ହିଁ ରଖାଯାଇଛି । ସେମାନଙ୍କୁ ଅନ୍ୟ ଏକ ବିମାନରେ ଜବଲପୁର ପଠାଯିବା ପାଇଁ ଚେଷ୍ଟା ଚାଲିଥିବା ସୂଚନା ରହିଛି ।