ମାର୍ଚ୍ଚ ୧୬ରେ ଓଡ଼ିଶା ସମେତ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ
By: Samaya Live Desk
ନୂଆଦିଲ୍ଲୀ: ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବ ବୋଲି ଭାରତୀୟ ନିର୍ବାଚନ କମିସନ ଘୋଷଣା କରିଛନ୍ତି। ରାଜ୍ୟ ପରିଷଦର ଏହି ସଦସ୍ୟମାନଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲରେ ଶେଷ ହେବାକୁ ଯାଉଥିବାରୁ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆସାମ, ବିହାର, ଛତିଶଗଡ଼, ହରିୟାଣା, ହିମାଚଳ ପ୍ରଦେଶ ଓ ତେଲଙ୍ଗାନା ରହିଛି। ନିର୍ବାଚନ କମିସନଙ୍କ ଘୋଷଣା ଅନୁଯାୟୀ ୨୬ ଫେବ୍ରୁଆରିରେ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନିର୍ବାଚନୀ ପ୍ରକ୍ରିୟା ଆରମ୍ଭ ହେବ। ମାର୍ଚ୍ଚ ୫ ତାରିଖ ନାମାଙ୍କନ ଦାଖଲ ପାଇଁ ଶେଷ ତାରିଖ ରହିଛି। ୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର କରିବାକୁ ସମୟ ସୀମା ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୧୬ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ ଓ ଭୋଟ ଗଣତି ସେହିଦିନ ଅପରାହ୍ଣ ୫ଟାରେ ଆରମ୍ଭ ହେବ।
ସମ୍ବନ୍ଧିତ ଖବର ୟୁଟ୍ୟୁବ ସର୍ଭର ଡାଉନ,ୟୁଜର୍ସ ହନ୍ତସନ୍ତ
Tags:



