୫ ରାଜ୍ୟ ପାଇଁ ଚିଠା ଇଲେକ୍ଟୋରାଲ୍ ରୋଲ୍ ଜାରି କଲେ ଇସି
ନୂଆଦିଲ୍ଲୀ: ନିର୍ବାଚନ କମିସନ୍ (ଇସି) ମଙ୍ଗଳବାର ୩ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରେ ଚାଲିଥିବା ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଅନ୍ତର୍ଗତ ଚିଠା ଇଲେକ୍ଟୋରାଲ୍ ରୋଲ୍ ଜାରି କରିଛନ୍ତି। ଏହି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ହେଉଛନ୍ତି ପଶ୍ଚିମବଙ୍ଗ, ରାଜସ୍ଥାନ, ଗୋଆ, ପୁଡ଼ୁଚେରୀ ଏବଂ ଲାକ୍ଷାଦ୍ବୀପ। ୨୦୨୫ରେ ଯେଉଁମାନଙ୍କର ନାଁ ଇଲେକ୍ଟୋରାଲ୍ ରୋଲ୍ରେ ଥିଲା ଏବଂ ଡ୍ରାଫ୍ଟ ରୋଲ୍ ୨୦୨୬ରୁ କଟାଯାଇଛି ଇସି ସେମାନଙ୍କ ନାଁ ୱେବସାଇଟ୍ରେ ପ୍ରକାଶ କରିଛନ୍ତି ଏବଂ ସେମାନଙ୍କ ନାଁ କଟାଯିବାର କାରଣ ମଧ୍ୟ ଦର୍ଶାଇଛନ୍ତି। ପଶ୍ଚିମବଙ୍ଗରେ ଚିଠା ତାଲିକାରୁ ୫୮,୨,୮୯୯ ଭୋଟର ବାଦ୍ ପଡ଼ିଥିବାବେଳେ ରାଜସ୍ଥାନରେ ୪୧,୮୪,୮୧୯ ଜଣ ଭୋଟର ବାଦ୍ ପଡ଼ିଛନ୍ତି। ସେହିପରି ଗୋଆରୁ ୧,୦୦,୦୪୨ ଭୋଟର ଚିଠା ତାଲିକାରୁ ବାଦ୍ ପଡ଼ିଥିବାବେଳେ ପୁଡ଼ୁଚେରୀରେ ୧,୦୩,୪୬୭ ଭୋଟର ବାଦ୍ ପଡ଼ିଛନ୍ତି। ଅନ୍ୟପକ୍ଷେ ଲାକ୍ଷାଦ୍ବୀପରେ ୧୪୨୯ ଭୋଟର ଇସିର ଚିଠା ତାଲିକାରୁ ବାଦ୍ ପଡ଼ିଛନ୍ତି।
Tags:




