୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ଇସି

ପଶ୍ଚିମବଙ୍ଗରେ ଏପ୍ରିଲ ୨୩ ଓ ୨୯ରେ ୨ଟି ପର୍ଯ୍ୟାୟରେ ଭୋଟ୍‌ , ମେ’ ୪ରେ ଫଳାଫଳ

୫ ରାଜ୍ୟ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ଇସି

ନୂଆଦିଲ୍ଲୀ:  ଭାରତୀୟ ନିର୍ବାଚନ କମିସନ(ଇସିଆଇ) ଆଜି ୫ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ଇସି ଆଜି ତାରିଖ ଘୋଷଣା କରିଛନ୍ତି। । ୮୨୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ୧୭.୪ କୋଟିରୁ ଅଧିକ ଭୋଟରଙ୍କୁ ନେଇ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପ୍ରିଲ ୯ରେ ଆସାମ, କେରଳ ଏବଂ ପୁଡୁଚେରୀରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏପ୍ରିଲ ୨୩ ତାରିଖରେ ତାମିଲନାଡୁରେ ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ମତଦାନ ହେବ ଏବଂ ସେହିଦିନ ପଶ୍ଚିମବଙ୍ଗ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ।

ସମ୍ବନ୍ଧିତ ଖବର ୟୁଏଇ, ବାହାରିନ, ସାଉଦି ଆରବ ଉପରେ ଇରାନର ଜୋରଦାର ଆକ୍ରମଣ

ଏପ୍ରିଲ ୨୯ରେ ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ମେ’ ୪ ତାରିଖରେ ସମସ୍ତ ରାଜ୍ୟର ଭୋଟ ଗଣତି ଏବଂ ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର କରୁର ଦଳାଚକଟା ମାମଲା

ନୂଆଦିଲ୍ଲୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି ଯେ ପାଞ୍ଚଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ପାଇଁ ୨.୧୯ ଲକ୍ଷ ମତଦାନ କେନ୍ଦ୍ର ବ୍ୟବସ୍ଥା ହୋଇଛି। ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ପ୍ରତି ମତଦାନ କେନ୍ଦ୍ରରେ ହାରାହାରି ୭୫୦-୯୦୦ ଭୋଟର ଅଛନ୍ତି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଆସାମରେ ପ୍ରାୟ ୨.୨୫ କୋଟି, କେରଳରେ ୨.୭ କୋଟି, ପୁଡୁଚେରୀରେ ୯.୪୪ ଲକ୍ଷ, ତାମିଲନାଡୁରେ ୫.୬୭ କୋଟି ଭୋଟର ଅଛନ୍ତି। ପଶ୍ଚିମବଙ୍ଗରେ ଫେବ୍ରୁଆରି ୨୮ରେ ପ୍ରକାଶିତ ଚୂଡ଼ାନ୍ତ ତାଲିକାରେ ୬.୪୪ କୋଟି ଭୋଟର ଅଛନ୍ତି। ଏହା ବ୍ୟତୀତ ସେଠାରେ ଏସ୍‌ଆଇଆର୍‌ ଜାରି ରହିଥିବାରୁ ସପ୍ଲିମେଣ୍ଟାରି ତାଲିକା ଆସିବ ଏବଂ ତାହା ମଧ୍ୟ ଏଥିରେ ଯୋଡ଼ାଯିବ।        

ସମ୍ବନ୍ଧିତ ଖବର ଅଲ ଖାର୍ଜରେ ହୋଇଥିବା ଆକ୍ରମଣରେ ଭାରତୀୟଙ୍କ ମୃତ୍ୟୁ ହୋଇନି

Tags: