ଅଭିଷେକ ବାନାର୍ଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, ହସ୍ପିଟାଲ‌ରେ ଭର୍ତ୍ତି ହେ‌ଲେ

ଅଭିଷେକ ବାନାର୍ଜୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, ହସ୍ପିଟାଲ‌ରେ ଭର୍ତ୍ତି ହେ‌ଲେ
Samaya Live Desk Picture
Published On

କୋଲକାତା :ପଶ୍ଚିମବଙ୍ଗର ସୋନାରପୁରରେ ଅତି ଭୟଙ୍କର ରାଜନୈତିକ ସଂଘର୍ଷ ଦେଖିବାକୁ ମିଳିଛି। ନିର୍ବାଚନୀ ପରବର୍ତ୍ତୀ ହିଂସାରେ ପ୍ରାଣ ହରାଇଥିବା ଜଣେ ଦଳୀୟ କର୍ମୀଙ୍କ ପରିବାରକୁ ସମବେଦନା ଜଣାଇବାକୁ ଯାଇଥିବା ଟିଏମ୍‌ସି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ତୀବ୍ର ଜନଆକ୍ରୋଶର ଶିକାର ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଘେରିଯିବା ସହ ପଥର, ଅଣ୍ଡା ଏବଂ ଜୋତା ମାଡ଼ କରିଛନ୍ତି। ଆକ୍ରମଣ ବଢ଼ିବାରୁ ଅଭି‌ଷେକ ଶେଷରେ ଏକ ହେଲମେଟ ପିନ୍ଧି ନିଜ ମୁଣ୍ଡକୁ ରକ୍ଷା କରିଥିବା ଦେଖାଯାଇଛି। ଆହତ ବାନାର୍ଜୀଙ୍କୁ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଆକ୍ରମଣକୁ ଏକ ଯୋଜନାବଦ୍ଧ ଷଡ୍‌ଯନ୍ତ୍ର ବୋଲି ସେ ଅଭିହିତ କରିଛନ୍ତି। ସେ କହିଛନ୍ତି, ବିଜେପି ମୋତେ ଜୀବନରୁ ମାରିଦେବାକୁ ଚାହୁଛି। ଏହାସହ ସୁରକ୍ଷା ବ୍ୟବସ୍ଥାରେ ବଡ଼ ଅବହେଳା ହୋଇଥିବା ଦର୍ଶାଇ ସେ କହିଛନ୍ତି ଯେ ପୁଲିସକୁ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେପ ନେଇନଥିଲେ। ଏହି ସମଗ୍ର ଘଟଣାର ଭିଡିଓ ରେକର୍ଡିଂ ଥିବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ରାଜ୍ୟପାଳଙ୍କୁ ଜଣାଇବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅଭିଷେକ ବାନାର୍ଜୀ ଆପୋଲୋ ହସ୍ପିଟାଲ‌ରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କୁ ଦେଖିବାପାଇଁ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  ଯାଇଛନ୍ତି।  

Tags: