‘ମୋଦୀ ଓ ଶାହଙ୍କ ଦ୍ୱାରା ଇସିଆଇଙ୍କୁ କଣ୍ଢେଇ ଭଳି ଖେଳାଯାଉଛି’: ଖଡ୍‌ଗେ

‘ମୋଦୀ ଓ ଶାହଙ୍କ ଦ୍ୱାରା  ଇସିଆଇଙ୍କୁ କଣ୍ଢେଇ ଭଳି ଖେଳାଯାଉଛି’: ଖଡ୍‌ଗେ
Samaya Live Desk Picture
Published On

ନ୍ୟୁୟର୍କ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଆଗାମୀ ମାସଗୁଡ଼ିକରେ ଏକ ବଡ଼ଧରଣର ଖାଦ୍ୟ ସଙ୍କଟ ନେଇ ସତର୍କ କରାଇଛନ୍ତି। ୟୁକ୍ରେନ ଓ ଇରାନ ଯୁଦ୍ଧ ପାଇଁ ଏବେ ବିଶ୍ବରେ କୀଟନାଶକ ସଙ୍କଟ ଦେଖାଦେଇଥିବା ବେଳେ ଜୟଶଙ୍କର କହିଛନ୍ତି, ଦକ୍ଷିଣ ଗୋଲାର୍ଦ୍ଧରେ ଅବସ୍ଥିତ ଅର୍ଥନୀତିଗୁଡ଼ିକ ପାଇଁ ସ୍ଥିତି ଏବେ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଏସିଆ ସୋସାଇଟିରେ ଜୟଶଙ୍କର ଏହି ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ ଯୁଦ୍ଧ ଓ ଉପସାଗରୀୟ ରାଷ୍ଟ୍ର ସଂଘର୍ଷ ଦକ୍ଷିଣ ଗୋଲାର୍ଦ୍ଧ ଅର୍ଥନୀତି ଉପରେ ଭୟଙ୍କର ପ୍ରଭାବ ପକାଇଛି। ବର୍ତ୍ତମାନର ଶକ୍ତି ସ୍ଥିତି ଚିନ୍ତାଜନକ। ସେଥିପାଇଁ ବଜାର ଅବସ୍ଥା ଏବେ ଜଟିଳ ରହିଛି। ଏସବୁ ପରେ ଯଦି କେହି ଏହାକୁ ନେଇ ରାଜନୀତି କରିବେ ତେବେ ଏହା ବେଶି ଜଟିଳ ସ୍ଥିତି ସୃଷ୍ଟି କରିବ। ବୈଶ୍ବିକ ସଂଘର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ ହୋଇଥିବାବେଳେ ଜୟଶଙ୍କର କହିଛନ୍ତି, ଆଗକୁ ପ୍ରମୁଖ ଖାଦ୍ୟଶସ୍ୟ ରପ୍ତାନକାରୀମାନେ ଖାଦ୍ୟଶସ୍ୟ ପଠାଇବାରେ ଜଟିଳତାର ସମ୍ମୁଖୀନ ହେବେ। ବିଶେଷ କରି କୃଷ୍ଣ ସାଗର ଦେଇ ଏହି ଯୋଗାଣରେ ବାଧା ଉପୁଜିବ। ଜୟଶଙ୍କର କହିଛନ୍ତି, ବିଶ୍ବ ଏବେ ଏକ ଗୁରୁତ୍ବପୂର୍ଣ୍ଣ ସାର ସଙ୍କଟର ସମ୍ମୁଖୀନ ହୋଇଛି। କାରଣ ପ୍ରମୁଖ ଉତ୍ପାଦନକାରୀମାନେ ପଶ୍ଚିମ ଏସିଆ ଓ ରୁଷ୍‌ରେ ଅଛନ୍ତି ଏବଂ ସେମାନଙ୍କ କୀଟନାଶକ ଉତ୍ପାଦନ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଛି। ଆଗାମୀ ମାସରେ ଏକ ବଡ଼ଧରଣର ଖାଦ୍ୟ ସଙ୍କଟ ‌ଦେଖାଦେଇପାରେ ବୋଲି ଜୟଶଙ୍କର ଚେତାବନୀ ଦେଇଛନ୍ତି।

Tags: