ଫାଲଟାରେ ମେ’ ୨୧ରେ ପୁନଃ ମତଦାନ

ବିଜେପିକୁ ଚ୍ୟାଲେଞ୍ଜ କଲା ଟିଏମ୍‌ସି , ଯାହା କରୁଛ କର, ଅ‌ମେ ଜିତିବୁ

ଫାଲଟାରେ ମେ’ ୨୧ରେ ପୁନଃ ମତଦାନ
Samaya Live Desk Picture
Published On

କୋଲକାତା: ପଶ୍ଚିମବଙ୍ଗରେ ଭୋଟ ଗଣତିର ଦିନକ ପୂର୍ବରୁ ରବିବାର ଟିଏମ୍‌ସି ଫାଲଟା ନିର୍ବାଚନମଣ୍ଡଳୀରେ ପୁନଃ ମତଦାନକୁ ନେଇ ବିଜେପିକୁ ଚ୍ୟାଲେଞ୍ଜ କରିଛି। ବିଜେପି ଓ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍ କରି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ କହିଛି ଫାଲ୍‌ଟାରେ ନିର୍ବାଚନ ଜିତିବା ପାଇଁ  ସମସ୍ତ ସମ୍ବଳ ଲଗାଇ ଦିଅନ୍ତୁ, କିନ୍ତୁ ଆମେ ଜିତିବା କଥା ଜିତିବୁ। ଫାଲ୍‌ଟାରେ ମେ ୨୧ରେ ପୁନଃ ମତଦାନ ପାଇଁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ମେ ୨୪ରେ ଏଠାରେ ଭୋଟ୍ ଗଣତି ହେବ।

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଫାଲ୍‌ଟା ବିଧାନସଭା ଆସନର ସମସ୍ତ ୨୮୫ଟି ମତଦାନ କେନ୍ଦ୍ରରେ ନିର୍ବାଚନ କମିସନ୍‌ ଶନିବାର ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏପ୍ରିଲ ୨୯ରେ ମତଦାନ ସମୟରେ ଅନିୟମିତତା ହୋଇଥିବା ଦର୍ଶାଇ ନିର୍ବାଚନ କମିସନ ଏହି ଘୋଷଣା କରିଥିଲେ। ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟିଏମ୍‌ସି ଏକ୍ସରେ ଏକ ପୋଷ୍ଟରେ କହିଛି, ‘ଫାଲ୍‌ଟା। ଡାଇମଣ୍ଡ ହାର୍ବର। ମେ ୨୧। କୌଣସି ସୁଯୋଗ ଛାଡ଼ନ୍ତୁ ନାହିଁ। କିନ୍ତୁ ଆମେ ନିର୍ବାଚନ ଜିତିବୁ। 

Tags: