ନେପାଳରେ ୪.୧ ତୀବ୍ରତାର ଭୂକମ୍ପ

ନେପାଳରେ ୪.୧ ତୀବ୍ରତାର ଭୂକମ୍ପ
Samaya Live Desk Picture
Published On

କାଠମାଣ୍ଡୁ:  ନେପାଳରେ ଆଜି ଭୂକମ୍ପ ଆତଙ୍କ ଖେଳାଇ ଦେଇଛି।  ଭାରତ ସୀମା ନିକଟରେ ଥିବା ନେପାଳର ଦାର୍ଚୁଲା ଜିଲ୍ଲାରେ ରବିବାର ୪ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିଚର ସ୍କେଲ୍‌ରେ ୪.୧ ରହିଛି। ଭୂକମ୍ପ ଝଟ୍‌କା ଅନୁଭୂତ ହେବାପରେ ଲୋକମାନେ ଛାନିଆରେ ଘର ଛଡ଼ି ବାହାରକୁ ଦୌଡ଼ିଥିଲେ। ଆଜିର ଭୂକମ୍ପ ପ୍ରଭାବ ଜିଲ୍ଲାର ଆଖପାଖ ଅଞ୍ଚଳରେ ସୀମିତ ଥିଲା ଏବଂ ଏ ବାବଦ କୌଣସି ମୃତାହତ କିମ୍ବା ବଡ଼ଧରଣର କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହୋଇନାହିଁ। କର୍ତ୍ତୃପକ୍ଷ ସ୍ଥିତି ଉପରେ ନଜର ରଖିଛନ୍ତି।

Tags: