ଭୂକମ୍ପ ଝଟ୍‌କାରେ ଥରିଲା ଉତ୍ତରପ୍ରଦେଶ , ଉତ୍ତରାଖଣ୍ଡ

ଭୂକମ୍ପ ଝଟ୍‌କାରେ ଥରିଲା ଉତ୍ତରପ୍ରଦେଶ , ଉତ୍ତରାଖଣ୍ଡ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ରହିଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର (ଏନ୍‌ସିଏସ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଗୋଣ୍ଡାରେ ୧୦ କିମି ଗଭୀରତାରେ ରହିଛି। ଏନ୍‌ସିଏସ୍‌ ପକ୍ଷରୁ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଅନ୍ୟ ଦୁଇଟି ପୋଷ୍ଟରେ ଉତ୍ତରାଖଣ୍ଡର ବାଗେଶ୍ବରରେ ୩.୪ ଏବଂ ଚୀନର ସିନଜିଆଙ୍ଗ କ୍ଷେତ୍ରରେ ୪.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା କୁହାଯାଇଛି। ଲକ୍ଷ୍ନୌ ଶୁକ୍ରବାର ସକାଳ ୭ଟା ୩୨ ମିନିଟରେ ଭୂକମ୍ପ ଝଟ୍‌କାରେ ଥରି ଉଠିଥିଲା। ବଡ଼ ବଡ଼ ଉଚ୍ଚ କୋଠା ଏଥିଯୋଗୁ ଦୋହଲି ଯାଇଥିଲା। ଲୋକମାନେ ଭୟରେ ଘରୁ ବାହାରି ଆସିଥିଲେ। ମ୍ୟାଁମାରରେ ୫.୯ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଆସିବାର କିଛି ଦିନ ମଧ୍ୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ଏଥିରେ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳିନାହିଁ। ଭୂମିକମ୍ପ ଝଟ୍‌କା ଲ‌କ୍ଷ୍ନୌ ବ୍ୟତୀତ ବାରାବଙ୍କି, ସୁଲତାନପୁରରେ ଅନୁଭୂତ ହୋଇଥିଲା।

ସମ୍ବନ୍ଧିତ ଖବର ଭାରତ ଯେକୌଣସି ରାଷ୍ଟ୍ରରୁ ତୈଳ କିଣିବାକୁ ମୁକ୍ତ: ରୁଷ୍‌

 

ସମ୍ବନ୍ଧିତ ଖବର ଗିରଫ ପୂର୍ବରୁ ନୋଟିସ୍ କରିବାକୁ ପୁଲିସ ବାଧ୍ୟ : ସୁପ୍ରିମକୋର୍ଟ  

Tags: