ଡାକ୍ତର ନିଖିଲ ଟଣ୍ଡନ ଏମ୍ସର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତ

ଡାକ୍ତର ନିଖିଲ ଟଣ୍ଡନ ଏମ୍ସର ଅନ୍ତରୀଣ ନିର୍ଦ୍ଦେଶକ ନିଯୁକ୍ତ
Samaya Live Desk Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସକୁ ନୂଆ ଅନ୍ତରୀଣ ନିର୍ଦ୍ଦେଶକ ମିଳିଛନ୍ତି। ଦିଲ୍ଲୀ ଏମ୍ସର ଏଣ୍ଡୋକ୍ରାଏନୋଲୋଜି ଓ ମେଟାବୋଲିଜମ୍ ବିଭାଗ ମୁଖ୍ୟ ତଥା ଡିନ୍‌ (ଏକାଡେମିକ୍ସ) ଥିବା ଡାକ୍ତର ନିଖିଲ ଟଣ୍ଡନଙ୍କୁ ଦିଲ୍ଲୀ ଏମ୍ସର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ଡାକ୍ତର ଏମ୍‌ ଶ୍ରୀନିବାସଙ୍କୁ ନୀତି ଆୟୋଗ ସଦସ୍ୟ କରାଯିବା ପରେ ସେ ତାଙ୍କ ଦାୟିତ୍ବରୁ ଓହରିବାରୁ ଏମ୍ସରେ ଏବେ ଏକ ପ୍ରଶାସନିକ ଅଦଳବଦଳ ହୋଇଛି। ଶୀର୍ଷ ପଦବୀରେ ଡାକ୍ତର ଟଣ୍ଡନଙ୍କୁ ନୂଆ ଦାୟିତ୍ବ ମିଳିଛି। ଡାକ୍ତର ଟଣ୍ଡନ ପୂର୍ବରୁ ତୁଲାଉଥିବା ଦାୟିତ୍ବ ସହ ତାଙ୍କୁ ମିଳିଥିବା ନୂଆ ଦାୟିତ୍ବ ସେ ତୁଲାଇବେ। ୬ ମାସ ପର୍ଯ୍ୟନ୍ତ କିମ୍ବା ଏକ ନିୟମିତ ନିଯୁକ୍ତି ହେବା ପର୍ଯ୍ୟନ୍ତ ଡାକ୍ତର ଟଣ୍ଡନ ଏମ୍ସର ନୂଆ ଅନ୍ତରୀଣ ନିର୍ଦ୍ଦେଶକ ରହିବେ।

Tags: