‘ରାବଣ ଭଳି କ’ଣ ଆପଣଙ୍କର ୧୦୦ ମୁଣ୍ଡ କି?’ ପ୍ରଧାନମନ୍ତ୍ରୀଙ୍କୁ ନେଇ ଖଡଗେଙ୍କ ବିବାଦୀୟ ମନ୍ତବ୍ୟ

ଅହମ୍ମଦାବାଦ,୨୯।୧୧: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ଦିନ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦେଇଛନ୍ତି ଏକ ବିବାଦୀୟ ବୟାନ। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ ମୋଦିଙ୍କୁ ରାବଣ ସହିତ ମଧ୍ୟ ତୁଳନା କରିବାକୁ ପଛାଇ ନାହାନ୍ତି। ସୋମବାର କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ନିର୍ବାଚନ ପ୍ରଚାର ସମୟରେ ଗୁଜରାଟରେ ଏକ ରାଲିରେ ସମ୍ବୋଧିତ […]

Samaya Live Picture
Published On

ଅହମ୍ମଦାବାଦ,୨୯।୧୧: ଗୁଜରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ଦିନ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଦେଇଛନ୍ତି ଏକ ବିବାଦୀୟ ବୟାନ। ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ସେ ମୋଦିଙ୍କୁ ରାବଣ ସହିତ ମଧ୍ୟ ତୁଳନା କରିବାକୁ ପଛାଇ ନାହାନ୍ତି।

ସୋମବାର କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ ନିର୍ବାଚନ ପ୍ରଚାର ସମୟରେ ଗୁଜରାଟରେ ଏକ ରାଲିରେ ସମ୍ବୋଧିତ କରୁଥିବା ବେଳେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଟାକ୍ଷ କରିଛନ୍ତି I ପ୍ରଧାନମନ୍ତ୍ରୀଙ୍କ ଉପରେ ବୟାନ ଦେଇ ସେ କହିଛନ୍ତି କି ‘ମୋଦି ସବୁବେଳେ ନିଜ କଥା କୁହନ୍ତି। ସବୁ ପ୍ରସଙ୍ଗ ନେଇ କୁହନ୍ତି, ମୋଦିଙ୍କ ମୁହଁ ଦେଖି ଭୋଟ ଦିଅନ୍ତୁ। ଏହା ସହିତ ଖଡଗେ ପ୍ରଶ୍ନ କରିଛନ୍ତି, ଆମେ ତୁମର ମୁହଁ ଆଉ କେତେ ଥର ଦେଖିବୁ? ମ୍ୟୁନିସିପାଲିଟି ନିର୍ବାଚନରେ ତୁମ ମୁହଁ ଦେଖିଲୁ, ଏମ୍‌ଏଲଏ ନିର୍ବାଚନ(ବିଧାନସଭା)ରେ ମଧ୍ୟ ତୁମର ମୁହଁ ଦେଖିଲୁ, ଏମପି ନିର୍ବାଚନ(ଲୋକସଭା)ରେ ମଧ୍ୟ ତୁମକୁ ଦେଖିଲୁ। ସବୁ ସ୍ଥାନରେ ଆପଣଙ୍କ ମୁହଁ ଦେଖିବାକୁ ମିଳୁଛି, କେତେ ମୁଣ୍ଡ ଆପଣଙ୍କର ରହିଛି ? କ’ଣ ଆପଣଙ୍କର ରାବଣ ଭଳି ୧୦୦ ମୁଣ୍ଡ କି?

ଖଡଗେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି କାମର କଥା କିଛି କୁହନ୍ତି ନାହିଁ। ବିଜେପିରେ କେବଳ ଜୁମଲାବାଜି। ଏହି ଜୁମଲା ଏଭଳି କୁହନ୍ତି ଯେପରି ମିଛ ଉପରେ ମିଛ। ଏମାନେ କେବଳ ମିଛ କୁହନ୍ତି। ଆଗରୁ କହୁଥିଲେ ୨କୋଟି ଲୋକଙ୍କୁ ରୋଜଗାର ଦେବେ। କ’ଣ ଗୁଜରାଟରେ କାହାକୁ ରୋଜଗାର ମିଳିଛି? ମୋଦିଙ୍କୁ କେବଳ ଉଦଘାଟନ କରିବାର ଅଭ୍ୟାସ ରହିଛି। କୌଣସି ଜିନିଷ କେହି ତିଆରି କରିଥିଲେ, ସେଥିରେ ଚୁନା ଲଗାଇ, କଲର ଲଗାଇ ଉଦଘାଟନ କରନ୍ତି। ପରେ କୁହନ୍ତି ଏହା ମୋର। ସେ ଜନ୍ମ ହେବା ପୂର୍ବରୁ ମଧ୍ୟ କେହି ଅହମ୍ମଦାବାଦ, ସୁରଟ୍‌ରେ ପ୍ରୋଜେକ୍ଟ ଥିଲେ ସେଥିରେ ମଧ୍ୟ ଚୂନ ଲଗାଇକି କହିବେ ମୁଁ ଉଦଘାଟନ କରିଛି। ଉଲ୍ଲେଖନୀୟ ଯେ, ଗତ ରବିବାର ନର୍ମଦା ଜିଲ୍ଲାର ଡେଡିପାଡାରେ ପ୍ରଚାର ବେଳେ ମୋଦିଙ୍କୁ ଖଡଗେ ମିଛୁଆଙ୍କ ସର୍ଦ୍ଦାର ବୋଲି ମଧ୍ୟ କହିଥିଲେ।