ଡିଏନ୍‌ଏ ଟେଷ୍ଟ ସ୍ପଷ୍ଟ କଲା, ଡାକ୍ତର ଉମର ହିଁ ଆଇ ୨୦ ଚଳାଉଥିଲେ

ଡିଏନ୍‌ଏ ଟେଷ୍ଟ ସ୍ପଷ୍ଟ କଲା, ଡାକ୍ତର ଉମର ହିଁ ଆଇ ୨୦ ଚଳାଉଥିଲେ
Samaya Live Desk Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣରେ ଜଡ଼ିତ ସନ୍ଦିଗ୍ଧ ଡାକ୍ତର ଉମର ଉନ ନବିର ମା’ଙ୍କର ଡିଏନ୍‌ଏ ନମୁନା ଟେଷ୍ଟରୁ ଜଣାପଡ଼ିଛି ଯେ ଡାକ୍ତର ଉମର ହିଁ ସେଦିନ ଆଇ ୨୦ କାର ଚଳାଉଥିଲେ। ଡାକ୍ତର ଉମରର ନମୁନା ସହ ତା’ ମା’ର ଡିଏନଏ ମ୍ୟାଚ୍‌ କରୁଛି।  ଉଲ୍ଲେଖଯୋଗ୍ୟ ଯେ ଡାକ୍ତର ଉମରର ମା’ଙ୍କ ନମୁଦା ପୁଲୱାମାରୁ ସଂଗ୍ରହ କରି ଏହାକୁ ଦିଲ୍ଲୀ ଲ୍ୟାବ୍‌କୁ ତଦନ୍ତ ପାଇଁ ପଠାଇଛି ଏଫଏସଏଲ (ଫରେନ୍ସିକ ସାଇନ୍ସ ଲାବ୍ରୋଟୋରି)। ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ସାମିଲ ଗାଡ଼ିକୁ ଡାକ୍ତର ଉମର ଚଳାଉଥିଲା ବୋଲି ସନ୍ଦେହ କରାଯାଉଛି। ଡାକ୍ତର ଉମରର ମା’ଙ୍କ ଡିଏନଏ ନମୁନାକୁ ଏମ୍ସ ଫରେନ୍ସିକ ଲାବ୍ରୋଟୋରିକୁ ପରବର୍ତ୍ତୀ ତଦନ୍ତ ପାଇଁ ପଠାଇଥିଲା। ଦିଲ୍ଲୀ ପୁଲିସ ଅନୁଯାୟୀ ସନ୍ଦିଗ୍ଧ ଉମରକୁ ମଧ୍ୟ ମୁମ୍ବାଇ ଏକ୍ସପ୍ରେସ୍‌ୱେ ଏବଂ କୁଣ୍ଡଲି- ମନେସର -ପଲୱଲ (କେଏମପି) ଏକ୍ସପ୍ରେସୱେରେ ଦେଖିବାକୁ ମିଳିଥିଲା। ଏହାପରେ ସେ ଦିଲ୍ଲୀ ଯାଇଥିଲା। କେଉଁ କେଉଁ ସ୍ଥାନକୁ ଉମରର ଗାଡ଼ି ଯାଇଥିଲା ସେଦିଗରେ ତଦନ୍ତକାରୀ ସଂସ୍ଥା ତଦନ୍ତ ଚଳାଇଛନ୍ତି। ସୂଚନାନୁଯାୟୀ ଗାଡ଼ିର ଟାଇମଲାଇନ୍‌ ଫୁଟେଜ୍‌ ଚେକ୍‌ କରିବା ପରେ ଜଣା ପଡ଼ିଛି ଯେ ବିଭିନ୍ନ ସ୍ଥାନରୁ ଡାକ୍ତର ଉମର ଗାଡ଼ିର ଫୁଟେଜ୍‌ ମିଳିଛି। ଅନ୍ୟ କୌଣସି ଗାଡ଼ି ଉମର ଗାଡ଼ି ସହ ଯାଉଥିଲା କି ନାହିଁ ସେଦିଗରେ ତଦନ୍ତ ଚାଲିଛି। ଇତି ମଧ୍ୟରେ ଦିଲ୍ଲୀ ଲାଲକିଲ୍ଲା କାର ବୋମା ବିସ୍ଫୋରଣ ଘଟଣାର ତଦନ୍ତ ପାଇଁ ଏନଆଇଏ ଏକ ଟିମ୍‌ ଗଠନ କରିଛି। ଏହି ଟିମ୍‌ ଏସ୍‌ପି ରୢାଙ୍କର ବରିଷ୍ଠ ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନଆଇଏକୁ ତଦନ୍ତ ଭାର ହସ୍ତାନ୍ତର କରିବାପରେ ଏହି ପଦକ୍ଷେପ ଗ୍ରହଣ ହୋଇଛି। ତଦନ୍ତ ଭାର ଏନଆଇଏକୁ ହସ୍ତାନ୍ତର ହେବାପରେ ଏନଆଇଏ ଏହି ଘଟଣାରେ ଏକ ମାମଲା ରୁଜୁ କରି ବ୍ୟାପକ ତଦନ୍ତ ଚଳାଇଛି।