ଫସିଗଲେ ଦିଦି , ଘେରିଗଲେ ପୋଲିସ!
ଦେଶର ସମସ୍ତିଙ୍କ ନଜର ପଶ୍ଚିମବଙ୍ଗ ଉପରେ ଥିବାବେଳେ ପୂର୍ବ ନିର୍ବାଚନରେ ମମତା ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କଠୁ ପରାଜିତ ହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲୋ ଏବଂ ପରେ ଭବନୀପୁର ନିର୍ବାଚନ ମଣ୍ଡଳୀରୁ ଲଢି ମୁଖ୍ୟମନ୍ତ୍ରି ଚୈକୀରେ ବସିଥିଲୋ ଏବେ କିନ୍ତୁ ଚିତ୍ର ସଂପୂର୍ଣ୍ଣ ଓଲଟି ଯାଇଛିା କଥାରେ ଅଛି ରାଜନୀତିର ଡଙ୍ଗା କେତେବେଳେ ବି ଓଲଟି ଯାଇପାରୋ ଆଉ ଚଳିତ ବର୍ଷ ପଶ୍ଚିମବଙ୍ଗ ନିର୍ବାଚନରେ ମଧ୍ୟ ଏହିଭଳି କିଛି ଦେଖିବାକୁ ମିଳିଛିା ତେବେ ପଶ୍ଚିମବଙ୍ଗରେ ଦିଦି ସରକାର ପଲଟି ଯାଇିଥିବାବେଳେ ବିଜେପି ରଚେହେରା ଶୁଭେନ୍ଦୁ ଅଧିକାରୀ ଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ଶିରପା ଭିଡା ଯିବବୋଲି ତାଙ୍କ ସମର୍ଥକମାନେ ଆଶା ବାନ୍ଧି ବସିଛନ୍ତିା ତେବେ ଯଦିଓ ପଶ୍ଚିମବଙ୍ଗ ନିର୍ବାଚନର ମମତା ବାନାର୍ଜୀ ଟିଏମସିର ଚେହେରା ଥିଲୋ କିନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କୁ ବିଜେପି ଦଳର ଚେହେରାଭାବେ ଉପସ୍ଥାପିତ କରିନଥିଲାା ସେଠି ଗୃହମନ୍ତ୍ରୀ ଅମିତ ଶାହା ନିଜେ ନିର୍ବାଚନ ପ୍ରଚାର ମଇଦାନକୁ ଓଲ୍ଲାଇଥିଲୋ ତେଣୁ ଏବେ ଶାସନଭାର ବିଜେପି ନେବା ପରେ ମୁଖ୍ୟମନ୍ତ୍ରୀ ଆସନରେ ଶୁଭେନ୍ଦୁ ନା ଆଉ କିଏ ବସିବେ ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛିା
ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହେବା ମାତ୍ରେ ବିଜେପିର ଜୟ ଯାତ୍ରାର ସୂଚନା ମିଳିଥିଲାା ବିଭିନ୍ନ ନିର୍ବାଚନ ମଣ୍ଡଳୀର ବୁଥ ଗୁଡିକରେ ବିଜେପି ପ୍ରାର୍ଥୀମାନେ ନିକଟତମ ପ୍ରତିଦ୍ୱନ୍ଦୀ ଟିଏମସି ପ୍ରର୍ଥୀମାନଙ୍କଠାରୁ ଜଥେଷ୍ଟ ଆଗରେ ଥିବା ଆଗରେ ଥିବା ଦେଖାଯାଇଥିଲାା ଦିନ ୨.୩୦ ସୁଦ୍ଧା ଦସ୍ତଗତ ହୋଇଥିବା ଖବର ଅନୁଯାୟୀ ପଶ୍ଚିମବଙ୍ଗରେ୨୯୩ ଆସନରୁ ବିଜେପି ୧୯୫ ଓ ଟିଏମସି ୯୩ ଟି ଆସନରେ ଆଗୁଆ ଥିବା ଜଣାପଡିଛିା ଫଳରେ ମମତା ଦିଦିଙ୍କ ପତନ କ୍ରମେ ସ୍ପଷ୍ଟ ହୋଇଆସୁଥିବାବେଳେ ପଶ୍ଚିମବଙ୍ଗରେ ବିଜେପିର ଗୈରିକ ସୂର୍ଯ୍ୟଦୋୟ ଘଟିଛିା
ଅପରପକ୍ଷରେ ଆସାମରେ ହୋଇଥିବା ନିର୍ବାଚନରୋେ ୧୨୬ଟି ଆସନ ମଧ୍ୟରୁ ବିଜେପି ୯୭ କଂଗ୍ରେସ ୨୬ ଓ ଅନ୍ୟନ୍ୟ ୨ଟି ଆସନରେ ଆଗୁଆ ରହିଛନ୍ତିାଫଳରେ ଆସାମରେ ମଧ୍ୟ ପୁନ୍ମବାର ବିଜେପି ରାଜ କରିବାକୁ ଯାଉଛିା ତାମିଲନାଡୁର ବିଧାନସଭାରେ ୨୩୪ ନଆସନ ମଧ୍ୟରୁ ଟିଭିକେ ୧୧୧ ଡିଏମକେ ୫୭ ଏଆଇଡିଏମକେ ୬୬ ଆସନରେ ଆଗୁଆ ରହିଛନ୍ତିା
କେରଳର ୧୪୦ ଆସନରୁ ଏଲଡିଏଫ ୩୮ ୟୁଡିଏଫ ୯୭ ବିଜେପି ୨ ଟି ଆସନରେ ଆଗୁଆ ଅଛିା ଗୋଟିଏ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ ଏନଆରସି ୧୫ କଂଗ୍ରେସ ୧୧ ଏବଂ ଅନ୍ୟ୍ୟନ ୩ ଟି ଆସନରେ ଆଗୁଆ ଅଛିା
ମୋଟାମୋଟିଭାବେ ୫ ଟି ରାଝ୍ୟରେ ହୋଇଥିବା ନିର୍ବାଚନରେ ଗୋଟିଏ ରାଜ୍ୟକୁ ଛାଡି ଅନ୍ୟ ୨ଟି ରାଜ୍ୟ ପଶ୍ଚିମବଙ୍ଗ ଓ ଆସାମ ରେ ବିଜେପି ର ପଦ୍ମ ଫୁଟିବାକୁ ଯାଉଛିା



