ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ

ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ
Samaya Live News Picture
Published On

ନୂଆଦିଲ୍ଲୀ : ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଭାରତୀୟ ସ୍ଥଳସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜେନେରାଲ ଉପେନ୍ଦ୍ର ଦ୍ବିବେଦୀଙ୍କ ସ୍ଥାନରେ ୩୧ତମ ସେନା ମୁଖ୍ୟ ଭାବରେ ନୂତନ ନିଯୁକ୍ତି ପାଇଛନ୍ତି ଧୀରଜ ସେଠ୍ । ସେ ଜୁନ ୩୦ - ୨୦୨୬ରୁ ଅଗଷ୍ଟ ୩୧-୨୦୨୮ପର୍ଯ୍ୟନ୍ତ ଏହି ପଦବୀରେ ଅବସ୍ଥାପିତ ରହିବେ । ଧୀରଜ ସେଠ ପ୍ରାୟ ଚାରି ଦଶନ୍ଧିର ସାମରିକ ଅଭିଜ୍ଞତା ରହିଛି। ସେ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମୋର୍ଚ୍ଚାରେ ଦାୟିତ୍ୱ ତୁଲାଇଛନ୍ତି।

ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ବା NDAର ପୂର୍ବତନ ସ୍ନାତକ ଜେନେରାଲ୍ ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ୧୯୯୭ ମସିହାରେ ଜେନେରାଲ ଶଙ୍କର ରାୟ ଚୌଧୁରୀ ଅବସର ନେବା ପରେ ଭାରତୀୟ ସେନାର ନେତୃତ୍ୱ ନେଇଥିବା ପ୍ରଥମ ଆର୍ମର୍ଡ କୋର୍ପର ଅଧିକାରୀ । ତାଙ୍କର ଦୀର୍ଘ ସାମରିକ କ୍ୟାରିୟର ମଧ୍ୟରେ, ସେ ମରୁଭୂମି ଅଞ୍ଚଳରେ ଅପରେଶନଠାରୁ ଆରମ୍ଭ କରି ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦ ବିରୋଧୀ ମିଶନ ପର୍ଯ୍ୟନ୍ତ ଅନେକ ଚ୍ୟାଲେଞ୍ଜିଂ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଗତ ଏପ୍ରିଲରୁ ଭାରତୀୟ ସେନାର ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । 

ଲେଫ୍ଟନାଣ୍ଟ ଜେନେରାଲ ପଦବୀ ହାସଲ କରିବା ପରେ, ସେ ସୁଦର୍ଶନ ଚକ୍ର କୋରସର ନେତୃତ୍ୱ ନେଇଥିଲେ ଏବଂ ପରବର୍ତ୍ତୀ ସମୟରେ ଦିଲ୍ଲୀ ଅଞ୍ଚଳର ଜେନେରାଲ ଅଫିସର କମାଣ୍ଡିଂ (ଜିଓସି) ଭାବରେ କାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ସେ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସାମରିକ ଅଭିଯାନର ତଦାରଖ କରିବା ପାଇଁ ଦାୟୀ ଥିଲେ।

ଜଣେ ସେନା କମାଣ୍ଡର ଭାବରେ, ସେ ଦକ୍ଷିଣ ପଶ୍ଚିମ କମାଣ୍ଡ ଏବଂ ଦକ୍ଷିଣ କମାଣ୍ଡ ଉଭୟର ନେତୃତ୍ୱ ନେଇଥିଲେ। ଭାରତୀୟ ସେନାରେ ବହୁତ କମ ଅଧିକାରୀ ପଶ୍ଚିମ ମୋର୍ଚ୍ଚାରେ ଦୁଇଟି ପ୍ରମୁଖ ଅପରେଶନାଲ କମାଣ୍ଡ କମାଣ୍ଡ କରିବାର ସୁଯୋଗ ପାଇଛନ୍ତି।

 

Tags: