ଦେବୀ ଦର୍ଶନ ନୋହିଲା,ମର୍ମନ୍ତୁଦ କାର ଦୁର୍ଘଟଣାରେ ୬ ମୃତ
ଗୁଜୁରାଟ : ଗୁଜୁରାଟର ଆରାଭାଲୀ ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ତୀର୍ଥ ଯାତ୍ରୀ ଙ୍କ ଉପରକୁ ମାଡି ଗଲା କାର I ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳେ ଗୁଜରାଟ ଅରାବଲ୍ଲି ଜିଲ୍ଲା ର କୃଷ୍ଣପୁର ନିକଟ ଅମ୍ବାଜିରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି I […]
ଗୁଜୁରାଟ : ଗୁଜୁରାଟର ଆରାଭାଲୀ ଜିଲ୍ଲାରେ ଘଟିଯାଇଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ତୀର୍ଥ ଯାତ୍ରୀ ଙ୍କ ଉପରକୁ ମାଡି ଗଲା କାର I ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି।
ଆଜି ସକାଳେ ଗୁଜରାଟ ଅରାବଲ୍ଲି ଜିଲ୍ଲା ର କୃଷ୍ଣପୁର ନିକଟ ଅମ୍ବାଜିରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି I
ସୂଚନା ଅନୁସାରେ, ତୀର୍ଥଯାତ୍ରୀମାନେ ସକାଳୁ ସକାଳୁ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା I ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ,୬ ଜଣ ଗୁରୁତ୍ତର ଆହତ ହୋଇଥିଲେ I
ପୋଲିସ ସୂଚନାନୁସାରେ,ଆରାଭାଲୀରେ ଘଟିଥିବା ଦୁର୍ଘଟଣାର ତଦନ୍ତ ଚାଲିଛି । ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯିବ। ଏହା ପରେ ତାଙ୍କ ମୃତକଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯିବ ।
ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି। ଏଥିସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି। ଏହି ତୀର୍ଥଯାତ୍ରୀମାନେ ପଞ୍ଚମହଲ ଜିଲ୍ଲାର କାଲୋଲ ତହସିଲର ଥିଲେ ବୋଲି ସୂତ୍ରରୁ ପ୍ରକାଶ।




