ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଗୱାଇଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଗୱାଇଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ
Samaya Live Desk Picture
Published On

ନ୍ୟୂୟର୍କ: ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ବିଆର୍‌ ଗୱାଇ ଖଜୁରାହୋର ଜାଭେରୀ ମନ୍ଦିରରେ ୭ ଫୁଟ ଉଚ୍ଚତାର ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନକୁ ନେଇ ଦେଇଥିବା ମନ୍ତବ୍ୟକୁ ଭାରତରେ ତୀବ୍ର ବିରୋଧ କରାଯାଇଥିଲା। ଏପରିକି ଜଣେ ଆଡ୍‌ଭୋକେଟ୍‌ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। ଏବେ ହିନ୍ଦୁ ସଙ୍ଗଠନ ଗୱାଇଙ୍କ ବିରୋଧରେ ଆମେରିକାର ନ୍ୟୁୟର୍କ ସହର ସ୍ଥିତ ଟାଇମ୍ସ ସ୍କୋୟାରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଷ୍ଟପ୍ ହିନ୍ଦୁ ଜେନୋସାଇଡ ଦ୍ବାରା ଏହି ଅଭିଯାନରେ ହିନ୍ଦୁ ଭାବାବେଗ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଦାବି କରାଯାଇଛି। ଗୱାଇ ତାଙ୍କ ମନ୍ତବ୍ୟ ନେଇ କ୍ଷମା ପ୍ରାର୍ଥନା କରିବା ସହିତ ଇସ୍ତଫା ଦିଅନ୍ତୁ ବୋଲି ସଙ୍ଗଠନ ଦାବି କରିଛି। ସେମାନେ ଡିଜିଟାଲ ‌ବିଲବୋର୍ଡ଼ ପ୍ରଚାର ସହିତ ରୢାଲି ମଧ୍ୟ କରିଥିଲେ। ଏପରିକି ସଙ୍ଗଠନ ଗତ ୮ ତାରିଖରେ ଗୱାଇଙ୍କ ଉଦ୍ଦେଶ୍ୟରେ ଏକ ଖୋଲା ଚିଠି ଲେଖିଥିଲା।