ଜାମା ମସଜିଦରେ ମହିଳାଙ୍କ ପ୍ରବେଶ କଟକଣା ଉଠିଲା
ନୂଆଦିଲ୍ଳୀ: ମସଜିଦ୍ ଭିତରକୁ କେବଳ ମହିଳାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଥିଲା ଜାମା ମସଜିଦ୍ ମସ୍କ ମ୍ୟାନେଜମେଣ୍ଟ୍ କମିଟି । ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସଜିଦ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜାମା ମସଜିଦ୍ ମସ୍କ ମ୍ୟାନେଜମେଣ୍ଟ୍ କମିଟି ନୋଟିସ ଜାରି କରି କହିଥିଲା । ହେଲେ ଏହାକୁ ନେଇ ତୀବ୍ର ବିରୋଧ ହେବାରୁ ଏବେ ନିଷ୍ପତ୍ତି ବଦଳିଛି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନା ଏହି ପ୍ରସଙ୍ଗକୁ ନେଇ […]
ନୂଆଦିଲ୍ଳୀ: ମସଜିଦ୍ ଭିତରକୁ କେବଳ ମହିଳାଙ୍କ ଆସିବା ଉପରେ ପ୍ରତିବନ୍ଧକ ଲଗାଇଥିଲା ଜାମା ମସଜିଦ୍ ମସ୍କ ମ୍ୟାନେଜମେଣ୍ଟ୍ କମିଟି । ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସଜିଦ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜାମା ମସଜିଦ୍ ମସ୍କ ମ୍ୟାନେଜମେଣ୍ଟ୍ କମିଟି ନୋଟିସ ଜାରି କରି କହିଥିଲା । ହେଲେ ଏହାକୁ ନେଇ ତୀବ୍ର ବିରୋଧ ହେବାରୁ ଏବେ ନିଷ୍ପତ୍ତି ବଦଳିଛି । ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକ୍ସେନା ଏହି ପ୍ରସଙ୍ଗକୁ ନେଇ ଜାମା ମସଜିଦର ଶାହି ଇମାମଙ୍କ ସହ କଥା ହୋଇଥିଲେ । ଏହି ବାର୍ତ୍ତାଳାପ ପରେ ହିଁ ବିବାଦୀୟ ନୋଟିସ ପ୍ରତ୍ୟାହାର କରାଯିବ ବୋଲି କୁହାଯାଉଛି । ଶାହି ଇମାମଙ୍କ ଏହି ବିଜ୍ଞପ୍ତି ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି ।
କି;ୁ ମସଜିଦର ପବିତ୍ରତାକୁ ସମ୍ମାନ ଦିଆଯିବା ଉଚିତ ଏବଂ ସେଠାରେ କୌଣସି ଭୁଲ କାମ ନକରିବାକୁ ଶାହି ଇମାମ ନିବେଦନ କରିଥିବା ସାମ୍ନାକୁ ଆସିଛି । ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ବିବାଦ ମୁଣ୍ଡ ଟେକୁଥିବା ଦେଖି ଭିକେ ସକ୍ସେନା ଓ ଶାହି ଇମାମ ପରସ୍ପର ସହ କଥା ହୋଇଥିଲେ । ତେବେ କମିଟି ପକ୍ଷରୁ କୁହାଯାଇଥିଲା ଯେ ଜଣେ କିମ୍ବା ଦଳେ ମହିଳା ପୁରୁଷ ସଦସ୍ୟଙ୍କ ବିନା ମସଜିଦ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ । ମହିଳାମାନେ ନିଜ ସାଙ୍ଗରେ ପରିବାରର କେହି ଜଣେ ପରୁଷଙ୍କୁ ଧରି ଆସିବାକୁ ବାଧ୍ୟ । ମସଜିଦ୍ ପ୍ରଶାସନର ଏହି ନିଷ୍ପତ୍ତିକୁ ନେଇ ମସଜିଦର ପିଆର୍ଓ କହିଥିଲେ ଯେ ‘ଯୁବତୀ କିମ୍ବା ମହିଳା ଏକାକୀ ଆସିଲେ ବହୁ ଭୁଲ୍ କାମ ହେଉଛି । ମସଜିଦ୍ ସାମ୍ନାରେ ସେମାନେ ଭିଡିଓ ବନାଇ ଭାଇରାଲ୍ କରୁଛନ୍ତି । ମସଜିଦର ଶୃଙ୍ଖଳା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି ।




