ଦିଲ୍ଲୀ ବିସ୍ଫୋରଣରେ ୪୦ କିଲୋ ବିସ୍ଫୋରକ ବ୍ୟବହାର ହୋଇଥିଲା

ଦିଲ୍ଲୀ ବିସ୍ଫୋରଣରେ ୪୦ କିଲୋ ବିସ୍ଫୋରକ ବ୍ୟବହାର ହୋଇଥିଲା

ନୂଆଦିଲ୍ଲୀ :   ଦିଲ୍ଲୀ ଲାଲକିଲ୍ଲାରେ ହୋଇଥିବା କାର୍‌ ବୋମା ବିସ୍ଫୋରଣ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ବିସ୍ଫୋରଣରେ ୪୦ କିଲୋଗ୍ରାମ ବିସ୍ଫୋରକ ବ୍ୟବହାର କରାଯାଇଥିଲା ଖାଲି ସେତିକି ନୁହେଁ। ଏହା ପୂର୍ବରୁ ତିନି ଟନ୍‌ ବିସ୍ଫୋରକ ମଧ୍ୟ ଜବତ କରାଯାଇଥିଲା।  ଗୃହମନ୍ତ୍ରୀ କହିଛନ୍ତି ଯେ ବିସ୍ଫୋରଣ ପୂର୍ବରୁ ଷଡ଼ଯନ୍ତ୍ରରେ ସାମିଲ ଥିବା ସମ୍ପୂର୍ଣ୍ଣ ଦଳକୁ ଗିରଫ କରାଯାଇଥିଲା। ଆମର ସମସ୍ତ ଏଜେନ୍ସି ଦ୍ୱାରା ସମ୍ପୂର୍ଣ୍ଣ ନେଟୱାର୍କର ତଦନ୍ତ ବହୁତ ପ୍ରଭାବଶାଳୀ ଭାବରେ କାମ କରିଥିଲା ବୋଲି ସେ କହିଛନ୍ତି।   ନୂଆଦିଲ୍ଲୀରେ ଶୁକ୍ରବାର ଆତଙ୍କବାଦ ବିରୋଧୀ ସମ୍ମିଳନୀ ୨୦୨୫କୁ ଉଦଘାଟନ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ବୈସାରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା। ସେହି ଆକ୍ରମଣ ମାଧ୍ୟମରେ ଆତଙ୍କବାଦୀଙ୍କ ଲକ୍ଷ୍ୟ ଥିଲା ଦେଶରେ ସାମ୍ପ୍ରଦାୟିକ ସଦଭାବନାକୁ ବିପର୍ଯ୍ୟସ୍ତ କରିବା ଏବଂ କାଶ୍ମୀରରେ ଆରମ୍ଭ ହୋଇଥିବା ବିକାଶ ଏବଂ ପର୍ଯ୍ୟଟନର ନୂତନ ଯୁଗକୁ ଆକ୍ରମଣ କରିବା। 

 

ସମ୍ବନ୍ଧିତ ଖବର ହାତରେ ଡିଗ୍ରୀ, ପକେଟରେ ଆରଡିଏକ୍ସ , ହ୍ବାଇଟ କୋଲାର ଆତଙ୍କବାଦ ନେଇ ରାଜନାଥଙ୍କ ଚେତାବନୀ

Tags: