ଦିଲ୍ଲୀରେ ୨୬୨ କୋଟି ଟଙ୍କାର ଡ୍ରଗ୍ସ ଜବତ
ନୂଆଦିଲ୍ଲୀ: ଦିଲ୍ଲୀରେ ନାର୍କୋଟିକ ନିୟନ୍ତ୍ରଣ ବ୍ୟୁରୋ (ଏନ୍ସିବି) ଓ ଦିଲ୍ଲୀ ପୁଲିସ ବଡ଼ଧରଣର ଡ୍ରଗ୍ସ ରାକେଟର ପର୍ଦ୍ଦାଫାସ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀ ପୁଲିସ ଓ ଏନ୍ସିବି ୨୬୨ କୋଟି ଟଙ୍କା ମୂଲ୍ୟର ୩୨୮ କୋଜି ମେଥାମ୍ଫେଟାମାଇନ ଜବତ କରିଥିବା ସୂଚନା ଦେଇଛନ୍ତି। ଏହି ଘଟଣାରେ ନାଗାଲାଣ୍ଡର ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ମହିଳାଙ୍କ ନାମ ଇସ୍ତର୍ ବୋଲି ଜଣାପଡ଼ିଛି। ତା’ର ଦିଲ୍ଲୀସ୍ଥିତ ଘରୁ ମେଥାମ୍ଫେଟାମାଇନ ଜବତ ହୋଇଛି। ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଏହି ଅପରେସନରେ ଏସବୁ ନିଶାଦ୍ରବ୍ୟ ଜବତ ହୋଇଛି। ନିଶା ଦ୍ରବ୍ୟ ପରିବହନ କରିବାକୁ କୋରିୟର ଏବଂ କୁଲିଙ୍କୁ ବ୍ୟବହାର କରାଯାଉଥିଲା।




