ଆଜିଠାରୁ ଦିଲ୍ଲୀରେ ଜାରି ହେବ ନାଇଟ୍ କଫୁ୍ର୍ୟ
ଦିଲ୍ଲୀ: ଡିସେମ୍ବର ୨୭: ରାଜଧାନୀ ଦିଲ୍ଲୀରେ କରୋନା ବିଭିଷୀକା ଚାଲିଥିବା ସମୟରେ ଏବେ ଓମିକ୍ରନ୍ର ସଙ୍କଟ ଦେଖାଯାଇଛି । ଦେଶରେ ସର୍ବାଧିକ ୧୪୨ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିଲ୍ଲୀରେ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍ କର୍ଫୁ୍ୟ ଜାରି କରିଛନ୍ତି । ଆଜିଠାରୁ କଫୁ୍ର୍ୟ ରାତି ୧୧ଟାରେ ଠାରୁ ଆରମ୍ଭ ହୋଇ ଭୋର ୫ଟା ଯାଏଁ ଚାଲିବ । ତେବେ ରାଜ୍ୟରେ ନାଇଟ୍ କର୍ଫୁ୍ୟ ଜାରି ହୋଇଥିଲେ ମଧ୍ୟ ସରକାର କିଛି ମାତ୍ରାରେ […]
ଦିଲ୍ଲୀ: ଡିସେମ୍ବର ୨୭: ରାଜଧାନୀ ଦିଲ୍ଲୀରେ କରୋନା ବିଭିଷୀକା ଚାଲିଥିବା ସମୟରେ ଏବେ ଓମିକ୍ରନ୍ର ସଙ୍କଟ ଦେଖାଯାଇଛି । ଦେଶରେ ସର୍ବାଧିକ ୧୪୨ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିଲ୍ଲୀରେ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଇଟ୍ କର୍ଫୁ୍ୟ ଜାରି କରିଛନ୍ତି । ଆଜିଠାରୁ କଫୁ୍ର୍ୟ ରାତି ୧୧ଟାରେ ଠାରୁ ଆରମ୍ଭ ହୋଇ ଭୋର ୫ଟା ଯାଏଁ ଚାଲିବ ।
ତେବେ ରାଜ୍ୟରେ ନାଇଟ୍ କର୍ଫୁ୍ୟ ଜାରି ହୋଇଥିଲେ ମଧ୍ୟ ସରକାର କିଛି ମାତ୍ରାରେ ନିୟମକୁ କୋହଳ କରିଛନ୍ତି । କର୍ଫୁ୍ୟ ସମୟରେ ଭୋଜନ ସାମଗ୍ରୀ, ଫଳ, ଡେରୀ ଉତ୍ପାଦକ (କ୍ଷୀର ଜାତୀୟ) ଏବଂ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ପାଖ ଦୋକନକୁ ଚାଲି ଯିବାକୁ ନିୟମ ରହିଛି ।
ବିମାନବନ୍ଦର, ରେଲେୱଷ୍ଟେସନ୍, ଆଇଏସ୍ବିଟିରେ ଯାତ୍ରା ତଥା ଟିକେଟ କରିବା ପାଇଁ କର୍ଫୁ୍ୟ ସମୟରେ ଅନୁମତି ମିଳିଛି ।
ସାମ୍ବାଦିକମାନଙ୍କୁ ସବୁ ସମୟରେ ଯାତାୟାତ କରିବା ପାଇଁ ଅନୁମତି ଦିଆଯିବା ସହିତ ଇ-କମର୍ସ ମାଧ୍ୟରେ ଥିବା ସାମଗ୍ରୀ, ଫାର୍ମ, ଚିକିତ୍ସା ଉପକରଣ ଆଦି ସାମଗ୍ରୀର ଡେଲିଭରି କରିବା ସକାଶେ ନିୟମ ରହିଛି ।
ଏହିସବୁ ଛଡ଼ା ଉପଯୁକ୍ତ ପରିଚୟ ପତ୍ର ଦେଖାଇ କୋଭିଡ୍ ଟିକା ନେବାକୁ ଯାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଅନୁମତି ମିଳିବ ।




