ଦିଲ୍ଲୀରେ ସମସ୍ତ ସଂସ୍ଥା ୫୦ ପ୍ରତିଶତ କ୍ଷମତାରେ ଚାଲିବ

ଦିଲ୍ଲୀରେ ସମସ୍ତ ସଂସ୍ଥା ୫୦ ପ୍ରତିଶତ କ୍ଷମତାରେ ଚାଲିବ
Samaya Live Desk Picture
Published On

ନୂଆଦିଲ୍ଲୀ : ପ୍ରଦୂଷଣ ସଙ୍କଟ ବଢ଼ୁଥିବାରୁ ଦିଲ୍ଲୀରେ ସମସ୍ତ ସରକାରୀ ଏବଂ ଘରୋଇ ଅଫିସ୍‌ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ସରକାରୀ ଏବଂ ବେସରକାରୀ କମ୍ପାନି ଗୁଡ଼ିକ  ୫୦ ପ୍ରତିଶତ ଘରୁ କାମ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ନିର୍ଦ୍ଦେଶନାମା ଉଲ୍ଲଂଘନ କରୁଥିବା ବ୍ୟକ୍ତିମାନଙ୍କୁ ଜରିମାନା ଦେବାକୁ ଚେତାବନୀ ଦିଆଯାଇଛି। ସଦ୍ୟତମ ଘୋଷଣା ଅନୁସାରେ, ଦିଲ୍ଲୀ ସରକାର ବର୍ତ୍ତମାନର ପ୍ରଦୂଷଣ ବିରୋଧୀ କଟକଣା ଅନୁଯାୟୀ ନିର୍ମାଣ କାର୍ଯ୍ୟ ନିଷିଦ୍ଧ କରିଥିବାରୁ ପଞ୍ଜିକୃତ ନିର୍ମାଣ ଶ୍ରମିକ ଯେଉଁମାନେ ବର୍ତ୍ତମାନ କାମ କରିପାରିବେ ନାହିଁ ସେମାନଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ଠାରୁ ସୋମବାର ମଧ୍ୟରେ ରାଜଧାନୀରେ ଅନ୍ଧକାରମୟ କୁହୁଡ଼ି ଘନିଭୂତ ହୋଇଥିଲା ଯାହା ଫଳରେ ଅନେକ ସଡ଼କ ଦୁର୍ଘଟଣା,  ଉଡ଼ାଣ ବାତିଲ ହେବା ସହ ବିଳମ୍ବ ହୋଇଛି।  

Tags: