'X' କୁ ନୋଟିସ ଜାରି କଲେ ଦିଲ୍ଲୀ ହାଇକୋର୍ଟ

'X' କୁ ନୋଟିସ ଜାରି କଲେ ଦିଲ୍ଲୀ ହାଇକୋର୍ଟ
Samaya Live News Picture
Published On

ନୂଆଦିଲ୍ଲୀ :  କକ୍ରୋଚ୍‌ ଜନତା ପାର୍ଟି (CJP)କୁ ଏକ ବଡ଼ ଝଟ୍‌କା । ଶୁକ୍ରବାର ଅଭିଜିତ୍‌ ଦୀପକେଙ୍କ ନେତୃତ୍ୱାଧୀନ କକ୍ରୋଚ ଜନତା ପାର୍ଟି (CJP)ର ସୋସିଆଲ ମିଡିଆ ଆକାଉଣ୍ଟ 'X 'କୁ ତୁରନ୍ତ ପୁନଃ ଚାଲୁ କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି। ଜଷ୍ଟିସ୍‌ ପୁରୁଷେନ୍ଦ୍ର କୁମାର କୌର ଦୀପକେଙ୍କ ଆବେଦନର ଶୁଣାଣି କରିଥିଲେ। । ଦିଲ୍ଲୀ ହାଇକୋର୍ଟ ଆଜି କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ (ବ୍ୟଙ୍ଗାତ୍ମକ ଡିଜିଟାଲ୍ ସଂଗଠନର ସୋସିଆଲ ମିଡିଆ ଆକାଉଣ୍ଟ୍ ବ୍ଲକ୍ ) କରିବାକୁ ଚ୍ୟାଲେଞ୍ଜ କରି  ଆଗତ ଏକ ଆବେଦନ ଉପରେ ଶୁଣାଣି କରିଛନ୍ତି । ବରିଷ୍ଠ ଓକିଲ ଅଖିଲ ସିବିଲ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ଦଳର କଣ୍ଟେଣ୍ଟ କେବଳ ବ୍ୟଙ୍ଗାତ୍ମକ ।

ଏହି ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ତୁଷାର ମେହେଟ୍ଟା ଏବଂ ASG ଚେତନ ଶର୍ମା ଉପସ୍ଥିତ ଥିଲେ । ଏହି ମାମଲାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ, ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ ହୋଇଥିବା ସହିତ ଜଡିତ ଥିବା ଆଇନ୍ ଏବେ ପ୍ରାଥମିକ ପର୍ଯ୍ୟାୟରେ ଅଛି । ଏଥିସହ ସମ୍ବନ୍ଧୀତ ସାମଗ୍ରୀ ଉପଯୁକ୍ତ ଉପାୟରେ କୋର୍ଟ ସମ୍ମୁଖରେ ଉପସ୍ଥାପନ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦିଆଯାଇପାରେ ବୋଲି କୋର୍ଟ କହିଛନ୍ତି ।

ସେପଟେ କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟର ଏକ ଶୁଣାଣି ସମୟରେ ଭାରତର ମୁଖ୍ୟ ବିଚାରପତି(CJI) ଆବେଦନକାରୀଙ୍କୁ କକ୍ରୋଚ୍ ଜନତା ପାର୍ଟିର ମାମଲାକୁ ନେଇ ଏତେ ଭାବପ୍ରବଣ ନ ହେବାକୁ କହିଥିଲେ । ଯେତେବେଳେ ଓକିଲ ଏହି ମାମଲା ସହିତ ଜଡିତ ଏକ ଆବେଦନକୁ ଜରୁରୀ ଶୁଣାଣି ପାଇଁ ଲିଷ୍ଟ କରିବା ପାଇଁ ମୌଖିକ ଅନୁରୋଧ କରିଥିଲେ ସେତେବେଳେ ଏହି କଥା କୁହାଯାଇଥିଲା ।

‘କକ୍ରୋଚ୍ ଜନତା ପାର୍ଟି’ ଏକ ବ୍ୟଙ୍ଗାତ୍ମକ ସୋସିଆଲ ମିଡିଆ ଆନ୍ଦୋଳନ ଯାହା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (ସିଜେଆଇ)ଙ୍କ ଦ୍ୱାରା ଏକ ଶୁଣାଣି ସମୟରେ ଦିଆଯାଇଥିବା ଏକ ମୌଖିକ ମନ୍ତବ୍ୟର ଜବାବରେ ଆରମ୍ଭ ହୋଇଥିଲା। ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି "ଆଜିଠାରୁ ଚାରି ସପ୍ତାହ ପରେ ଅର୍ଥାତ ଜୁଲାଇ ୬ରେ ହେବାପାଇଁ ସମୟ ଧାର୍ଯ୍ୟ ହୋଇଛି ।

 

Tags: