ଦିଲ୍ଲୀ ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତ ରୋଗୀ ମୃତ୍ୟୁ ପାଇଁ ଚାକିରିରୁ ବିଦା ହୋଇଥିଲା

 ଦିଲ୍ଲୀ ବିସ୍ଫୋରଣ ମୁଖ୍ୟ ଅଭିଯୁକ୍ତ ରୋଗୀ ମୃତ୍ୟୁ ପାଇଁ ଚାକିରିରୁ ବିଦା ହୋଇଥିଲା
Samaya Live Desk Picture
Published On

ଶ୍ରୀନଗର: ଦିଲ୍ଲୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଡାକ୍ତର ମହମ୍ମଦ ଉମର ନବି କାଶ୍ମୀରରେ ଚାକିରି କରିଥିବାବେଳେ ଜଣେ ରୋଗୀଙ୍କ ମୃତ୍ୟୁ ପାଇଁ ଚାକିରିରୁ ବିଦା ‌ହୋଇଥିଲା। ଅବସରପ୍ରାପ୍ତ ମେଡିକାଲ ପ୍ରଫେସର ଡା. ଗୁଲାମ ଜିଲାନୀ ରମସୁ ନବି ସମ୍ପର୍କରେ ସୂଚନା ଦେଇଛନ୍ତି। ନବିକୁ ଚାକିରିରୁ ବହିଷ୍କାର କରିଥିବା କମିଟିର ୪ ଜଣ ସଦସ୍ୟଙ୍କ ମଧ୍ୟରୁ ସେ ଜଣେ ଥିଲେ।

ଶ୍ରୀନଗରରୁ ଏମ୍‌ବିବିଏସ ଓ ଏମ୍‌ଡି କରିବା ପରେ ୨୦୨୩ରେ ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ନବି ସିନିଅର ରେସିଡେଣ୍ଟ ଡାକ୍ତର ଭାବେ କାର୍ଯ୍ୟ କରୁଥିଲା। ଜିଲାନୀ ଜେନେରାଲ ଭେଷଜ ବିଭାଗରେ ନବିର ବରିଷ୍ଠ ଥିଲେ। ନବି ବିରୋଧରେ ପାରାମେଡିକାଲ ଷ୍ଟାଫଙ୍କଠାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ରହିଥିଲା। ସେ ଅନେକ ସମୟ ହସ୍ପିଟାଲରୁ ଅନୁପସ୍ଥିତ ରହୁଥିଲା। ନବିର ଅବହେଳା ଯୋଗୁ ଜଣେ ରୋଗୀଙ୍କ ଜୀବନ ଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ୪ ଜଣିଆ ବରିଷ୍ଠ ଡାକ୍ତରଙ୍କ ଏକ କମିଟି ଗଠନ କରାଯାଇଥିଲା।