ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ I ଆଜି ସିସୋଦିଆଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ସିବିଆଇ। ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ତେବେ ଏହି ମାମଲାରେ ଜଣେ ବ୍ୟୁରୋକ୍ରାଟଙ୍କ ବୟାନ ମଧ୍ୟ ସିବିଆଇ ଦ୍ୱାରା ରେକର୍ଡ କରାଯାଇଛି । ଅବକାରୀ ନୀତି ପ୍ରସ୍ତୁତ କରିବାରେ ମନୀଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ କିଛି ନିର୍ଦ୍ଦେଶ ଦେଇଥିବା ଉକ୍ତ ଅଧିକାରୀ ସିବିଆଇକୁ ବୟାନ ଦେଇଥିଲେ […]

Samaya Live Picture
Published On

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ I ଆଜି ସିସୋଦିଆଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ସିବିଆଇ। ଜେରା ପରେ ତାଙ୍କୁ ଗିରଫ କରାଯାଇଛି । ତେବେ ଏହି ମାମଲାରେ ଜଣେ ବ୍ୟୁରୋକ୍ରାଟଙ୍କ ବୟାନ ମଧ୍ୟ ସିବିଆଇ ଦ୍ୱାରା ରେକର୍ଡ କରାଯାଇଛି । ଅବକାରୀ ନୀତି ପ୍ରସ୍ତୁତ କରିବାରେ ମନୀଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହିତ କିଛି ନିର୍ଦ୍ଦେଶ ଦେଇଥିବା ଉକ୍ତ ଅଧିକାରୀ ସିବିଆଇକୁ ବୟାନ ଦେଇଥିଲେ । ସୋମବାର ସକାଳେ ତାଙ୍କୁ କୋର୍ଟରେ ହାଜର କରାଯିବ।

ଆଜି ତାଙ୍କୁ ହାଜର ହେବାକୁ ସିବିଆଇ ସମନ କରିଥିବା ବେଳେ ହଜାର ହଜାର କର୍ମକର୍ତ୍ତାଙ୍କ ସହ ଶକ୍ତି ପ୍ରଦର୍ଶନ କରିଥିଲା ଆମ୍ ଆଦମୀ ପାର୍ଟି। ସିବିଆଇ ଅଫିସକୁ ଯିବା ପୂର୍ବରୁ ସିସୋଦିଆ ତାଙ୍କର ମା’ଙ୍କର ଆଶିର୍ବାଦ ନେବା ସହିତ ରାଜଘାଟରେ ପହଞ୍ଚିଥିଲେ । ସେଠାରେ ସେ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ପ୍ରଣାମ କରିଥିଲେ । ଘରୁ ବାହାରିବା ସମୟରେ ସେ ସ୍ମିତହାସ୍ୟରେ ବିଜୟ ସଙ୍କେତ ଦେଖାଇଥିଲେ । ତେବେ ସିବିଆଇ ତାଙ୍କୁ ୮ ଘଣ୍ଟା ଧରି ଜେରା କରିବା ପରେ ଶେଷରେ ଗିରଫ କରିଥିଲା । ମନୀଷଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ପୂର୍ବରୁ ପ୍ରଶ୍ନର ଏକ ଡିଟେଲ ସେଟ୍ ପ୍ରସ୍ତୁତ କରିଥିଲା । ଗତ ବର୍ଷ ନୂଆ ଅବକାରୀ ନୀତି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ ସେକ୍ସେନା। ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍ କରିଥିଲା ସିବିଆଇ। କିନ୍ତୁ ସିସୋଦିଆ ହାଜର ହେବାକୁ ଏକ ସପ୍ତାହ ଅଧିକ ସମୟ ମାଗିଥିଲେ

ମନୀଷଙ୍କୁ ଜେରା କରିବା ଅବସରରେ ଆଜି ସିବିଆଇ ଅଫିସ ନିକଟରେ ୧୪୪ ଧାରା ଲାଗୁ କରାଯାଇଥିଲା । ପୋଲିସ ପକ୍ଷରୁ ବ୍ୟାନର ଲଗାଯାଇ ଏ ବାବଦରେ ସୂଚନା ଦିଆଯାଇଥିଲା । ପଚରାଉଚରା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିସୋଦିଆଙ୍କ ଗିରଫଦାରିକୁ ନେଇ ଏକ ବଡ଼ ବୟାନ ଦେଇଥିଲେ । ଏନେଇ କେଜ୍ରିୱାଲ ଟ୍ୱିଟ୍ କରିଥିଲେ, ‘ଭବବାନ ଆମ ସହ ଅଛନ୍ତି ମନୀଷ । ଲକ୍ଷ ଲକ୍ଷ ଶିଶୁ ଓ ଅଭିଭାବକଙ୍କ ଶୁଭେଚ୍ଛା ଆପଣଙ୍କ ସହିତ ରହିଛି । ଆପଣ ଦେଶ ଓ ସମାଜ ପାଇଁ ଜେଲ୍ ଯାଉଛନ୍ତି । ଜେଲ ଯିବା ଦୂଷଣ ନୁହେଁ, ଭୂଷଣ ଅଟେ । ଆପଣ ଶୀଘ୍ର ଜେଲରୁ ଫେରି ଆସନ୍ତୁ । ମୁଁ ଏହା ପ୍ରଭୁଙ୍କ ନିକଟରେ କାମନା କରୁଛି । ଦିଲ୍ଲୀର ଶିଶୁ, ଅଭିଭାବକ ଓ ଆମେ ସବୁ ଆପଣଙ୍କର ଅପେକ୍ଷାରେ ରହିଛୁ ।