ଦିଲ୍ଲୀ ଅଣନିଶ୍ବାସୀ, ଏକ୍ୟୁଆଇ ୫୦୦ ନିକଟତର

ଦିଲ୍ଲୀ ଅଣନିଶ୍ବାସୀ, ଏକ୍ୟୁଆଇ ୫୦୦ ନିକଟତର
Samaya Live Desk Picture
Published On

ନୂଆଦିଲ୍ଲୀ :  ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ ଭାବେ ଖରାପ ହେବାରେ ଲାଗିଛି।  ସୋମବାର ସକାଳ ୮ଟ‌ା ସୁଦ୍ଧା ଦିଲ୍ଲୀ ଏକ୍ୟୁଆଇ ୪୫୨ ରହିଛି। ଫଳରେ ବାୟୁର ମାନ ଅତି ସାଂଘାତିକ ଶ୍ରେଣୀରେ ରହିଛି। ରାଜଧାନୀ ଦିଲ୍ଲୀ ଓ ଆଖପାଖ ଏନସିଆର୍ ଅଞ୍ଚଳଗୁଡ଼ିକ ରବିବାର ଦିନ ବିଷାକ୍ତ ଧୂଆଁକୁହୁଡ଼ିର ଘନ ଆବରଣ ତଳେ ରହିଥିବା ଦେଖିବାକୁ ମିଳିଛି। ଏହି ପରିସ୍ଥିତି ଶୀତ ଋତୁର ସବୁଠାରୁ ଖରାପ ବାୟୁ ପ୍ରଦୂଷଣକୁ ଦର୍ଶାଉଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦିଲ୍ଲୀର ଅଧିକାଂଶ ଅଂଚଳରେ ବାୟୁ ମାନ ସୂଚକାଭ୍କ ୪୫୮ରୁ ୪୯୧ ମଧ୍ୟରେ ରହିଥିଲା, ଯାହାକି ‘ଗମ୍ଭୀର ପ୍ଲସ୍’ବର୍ଗରେ ଆସୁଛି। ଅନେକ ମନିଟରିଂ ଷ୍ଟେସନ୍‌ରେ ଏହା ବିପଜ୍ଜନକ ଭାବେ ୫୦୦ ଛୁଇଁବାକୁ ଯାଉଛି। ଦିଲ୍ଲୀର ହଟସ୍ପଟ୍‌ଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ରୋହିଣୀରେ ଏକ୍ୟୁଆଇ ୪୯୯ ରହିଥିବା ବେଳେ ଜହାଙ୍ଗୀରପୁରୀ ଓ ବିବେକ ବିହାରରେ ୪୯ ରହିଛି। ସମସ୍ତ ୪୦ଟି ମନିଟରିଂ ଷ୍ଟେସନ୍‌ରେ ‘ଗମ୍ଭୀର’ ସ୍ଥିତି ରହିଥିବାରୁ ପ୍ରଦୂଷଣ ନିୟନ୍ତନ୍ତ୍ର ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ନୋଏଡା ଓ ଗାଜିଆବାଦରେ ଏକ୍ୟୁଆଇ ୪୫୦-୪୭୦ ରହିଛି। ଅନେକ ଅଞ୍ଚଳରେ ଦୃଶ୍ୟମାନତା ପ୍ରାୟ ଶୂନ୍ୟକୁ ଖସି ଯାଇଛି, ଯାହା ଫଳରେ ଟ୍ରାଫିକ୍ ବ୍ୟାହତ ହୋଇଛି ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସତର୍କତା ଜାରି ହୋଇଛି।  

Tags: