ପ୍ରଦୂଷଣ ପାଇଁ ଦିଲ୍ଲୀରେ ତନ୍ଦୁର ନିଷିଦ୍ଧ

ପ୍ରଦୂଷଣ ପାଇଁ ଦିଲ୍ଲୀରେ ତନ୍ଦୁର ନିଷିଦ୍ଧ
Samaya Live Desk Picture
Published On

ନୂଆଦିଲ୍ଲୀ  : ରୁଟି ଏବଂ ରୋଷ୍ଟେଡ୍‌ ଖାଦ୍ୟ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା ତନ୍ଦୁର ଏବେ ଦିଲ୍ଲୀ ପ୍ରଦୂଷଣ ବିରୋଧୀ ଲଢ଼େଇର ଏକ ସଦ୍ୟତମ ଟ‌ାର୍ଗେଟ୍‌ ହୋଇଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ଏକ ନିର୍ଦ୍ଦେଶାବଳି ଜାରି କରି ଦିଲ୍ଲୀର ସମସ୍ତ ହୋଟେଲ, ରେସ୍ତୋରାଁ ଏବଂ ଖୋଲା ଢାବା ଗୁଡ଼ିକରେ କୋଇଲା ବ୍ୟବହାର କରୁଥିବା ତନ୍ଦୁରକୁ ନିଷିଦ୍ଧ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ ଦିଲ୍ଲୀର ଆନନ୍ଦ ବିହାରରେ ଏକ୍ୟୁଆଇ ପାଖାପାଖି ୪୦୦ ରହିଛି। ପ୍ରଦୂଷଣ ଏବଂ ଘନ କୁହୁଡ଼ି ପାଇଁ ଦିଲ୍ଲୀ ବାସିନ୍ଦା କଲବଲ ହେଉଥିବାବେଳେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅନ୍ୟପକ୍ଷେ ସରକାର ନର୍ସରିରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନଲାଇନରେ ପାଠପଢ଼ା ହେବ ବୋଲି ସଦ୍ୟତମ ନିର୍ଦ୍ଦେଶ ଦେଇଛନ୍ତି। 

 

Tags: