ବଜେଟ୍ ଉପସ୍ଥାପନ ପୂର୍ବରୁ ଦିଲ୍ଲୀ ବିଧାନସଭାରେ ବୋମା ଧମକ

ବଜେଟ୍ ଉପସ୍ଥାପନ ପୂର୍ବରୁ ଦିଲ୍ଲୀ ବିଧାନସଭାରେ ବୋମା ଧମକ
Samaya Live Desk Picture
Published On

ନୂଆଦିଲ୍ଲୀ :  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ନିର୍ଦ୍ଧାରିତ ବଜେଟ୍ ଉପସ୍ଥାପନାର କିଛି ଘଣ୍ଟା ପୂର୍ବରୁ, ମଙ୍ଗଳବାର ସକାଳେ ଦିଲ୍ଲୀ ବିଧାନସଭାକୁ ବୋମା ଧମକ ମିଳିଛି।  ​ ସକାଳ ୭:୨୮ ରେ ବିଧାନସଭାକୁ ଏକ ଇମେଲ୍ ମାଧ୍ୟମରେ ଏହି ଧମକ ମିଳିଥିଲା।  ଏହା ପରେ ସକାଳ ୭:୪୯ ରେ ବାଚସ୍ପତି ବିଜେନ୍ଦର ଗୁପ୍ତାଙ୍କ ନିକଟକୁ ଆଉ ଏକ ଇମେଲ୍ ପଠାଯାଇଥିଲା।   ବୋମା ଧମକ ପରେ, ସୁରକ୍ଷା ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଯାଞ୍ଚ ଆରମ୍ଭ କରିଦେଇଛନ୍ତି ଏବଂ ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ ସୂଚନାନୁଯାୟୀ ଆମେ ପରିସରରେ ଏବଂ ଏହାର ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିଛୁ। ଏହି ଇମେଲ୍‌ଟି ଲେଫ୍ଟନାଣ୍ଟ ଗଭର୍ଣ୍ଣର ତରନଜିତ ସିଂହ ସାନ୍ଧୁ, ସିଏମ୍ ଗୁପ୍ତା ଏବଂ କ୍ୟାବିନେଟ୍‌ ମନ୍ତ୍ରୀ ମନଜିନ୍ଦର ସିଂହ ସିରସାଙ୍କ ସମେତ ଅନେକ ଉଚ୍ଚ-ସ୍ତରୀୟ ବ୍ୟକ୍ତିଙ୍କୁ ପଠାଯାଇଥିବା ଜଣାପଡ଼ିଛି।   ପୋଲିସ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ଇମେଲଟି କେଉଁଠାରୁ ଆସିଛି ତାହା ଜାଣିବାପାଇଁ ତଦନ୍ତ ଆରମ୍ଭ କରିଛନ୍ତି।    

Tags: