ଜାମିଆ ନଗର ମୋଟୋର୍‌ ପାର୍କିଙ୍ଗରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ନଗରସ୍ଥିତ ଇଲେକଫ୍ରିକ୍‌ ମୋଟୋର୍‌ ପାର୍କିଙ୍ଗରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି । ଦିଲ୍ଲୀ ଅଗ୍ନିଶମ ସେବା କହିବା ଅନୁସାରେ, ଜାମିଆ ନଗର ଅନ୍ତର୍ଗତ ମେନ୍‌ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଙ୍ଗରେ ନିଆଁ ଲାଗିଛି । ଭୋର୍‌ ପ୍ରାୟ ୫.୦୨ ସମୟରେ ଏ ସମ୍ପର୍କରେ ଏକ ଫୋନ୍‌ ପାଇଥିଲୁ । ତେବେ ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆ ନଗରସ୍ଥିତ ଇଲେକଫ୍ରିକ୍‌ ମୋଟୋର୍‌ ପାର୍କିଙ୍ଗରେ ଭୀଷଣ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟି ଶତାଧିକ ଇ-ରିକ୍ସା ଏବଂ ଅନ୍ୟାନ୍ୟ ଗାଡ଼ି ପୋଡ଼ିଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି । ଦିଲ୍ଲୀ ଅଗ୍ନିଶମ ସେବା କହିବା ଅନୁସାରେ, ଜାମିଆ ନଗର ଅନ୍ତର୍ଗତ ମେନ୍‌ ତିକୋନା ପାର୍କରେ ଥିବା ଗାଡ଼ି ପାର୍କିଙ୍ଗରେ ନିଆଁ ଲାଗିଛି । ଭୋର୍‌ ପ୍ରାୟ ୫.୦୨ ସମୟରେ ଏ ସମ୍ପର୍କରେ ଏକ ଫୋନ୍‌ ପାଇଥିଲୁ । ତେବେ ତୁରନ୍ତ ଘଟଣାସ୍ଥଳକୁ ସମୁଦାୟ ୧୧ଟି ଦମକଳ ପଠାଯାଇ ନିଆଁ ଲିଭାଇ ଦିଆଯାଇଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ଏପର୍ଯ୍ୟନ୍ତ ମିଳିନାହିଁ । ସମୁଦାୟ ୧୦ଟି କାର୍‌, ୧ଟି ମଟର୍ସାଇକେଲ୍‌, ୨ଟି ସ୍କୁଟି, ୩୦ଟି ନୂଆ ଓ ୫୦ଟି ପୁରୁଣା ଇ-ରିକ୍ସାରେ ନିଆଁ ଲାଗିଥିବା ବେଳେ ସେଗୁଡ଼କ ମଧ୍ୟରୁ ଅନେକ ଭସ୍ମୀଭୂତ ହୋଇଯାଇଛି ବୋଲି ଦିଲ୍ଲୀ ଅଗ୍ନିଶମ ସେବା କହିଛି । ତେବେ ଗ୍ରୀଷ୍ମ ପ୍ରବାହ ଚାଲିଥିବା ବେଳେ ଗତ କେତେ ସପ୍ତାହ ହେବ ଦିଲ୍ଲୀରେ କ୍ରମାଗତ ଅଗ୍ନିକାଣ୍ଡ ଘଟଣା ରିପୋର୍ଟ ହୋଇଆସୁଛି ।