ତାମିଲନାଡୁରେ ବାତ୍ୟା ‘ମାଣ୍ଡୋସ’ର ପ୍ରଭାବ ଆରମ୍ଭ,୬ଟି ଜିଲ୍ଲାରେ ସ୍କୁଲ ,କଲେଜ ବନ୍ଦ
ଚେନ୍ନାଇ : ଦକ୍ଷିଣ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତରେ ପରିଣତ ହୋଇ ଅଧିକ ଘନୀଭୂତ ହେଉଛି I କ୍ରମଶଃ ଏହା ବାତ୍ୟା ର ରୂପ ନେଇ ଉପକୂଳ ଆଡକୁ ଗତି କରୁଛି I ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼ ପୁଡ଼ୁରେରୀରେ କରାଇକାଲଠାରୁ ୨୭୦ କି.ମି ଦୂରରେ କେନ୍ଦ୍ରିତ ଅଛି। ଭାରତୀୟ ପାଣିପାଗ ବିଭାଗର କହିବା ଅନୁଯାୟୀ, ଏହି ବାତ୍ୟାଟି ଉତ୍ତରପଶ୍ଚିମ ମୁହାଁ ହୋଇ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ […]
ଚେନ୍ନାଇ : ଦକ୍ଷିଣ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତରେ ପରିଣତ ହୋଇ ଅଧିକ ଘନୀଭୂତ ହେଉଛି I କ୍ରମଶଃ ଏହା ବାତ୍ୟା ର ରୂପ ନେଇ ଉପକୂଳ ଆଡକୁ ଗତି କରୁଛି I ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼ ପୁଡ଼ୁରେରୀରେ କରାଇକାଲଠାରୁ ୨୭୦ କି.ମି ଦୂରରେ କେନ୍ଦ୍ରିତ ଅଛି। ଭାରତୀୟ ପାଣିପାଗ ବିଭାଗର କହିବା ଅନୁଯାୟୀ, ଏହି ବାତ୍ୟାଟି ଉତ୍ତରପଶ୍ଚିମ ମୁହାଁ ହୋଇ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ ଗତି କରିବ। ବାତ୍ୟା ପାଇଁ ଆନ୍ଧ୍ର , ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ହାଇ ଆଲର୍ଟ ଜାରି କରାଯାଇଛି।
ଏହି ସାମୁଦ୍ରିକ ଝଡ ‘ମାଣ୍ଡୋସ’ ବାତ୍ୟାର ଭିଷଣ ରୂପ ନେବାର ସମ୍ଭାବନା ରହିଛି । ଫଳରେ ଏନେଇ ଜିଲ୍ଲାପ୍ରଶାସନ ସତର୍କ ରହିବା ସହ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି । ଏଥିସହିତ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ କରାଯିବା ସହ ଦରକାର ପଡିଲେ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯିବ ବୋଲି ଖବରୁ ପ୍ରକାଶ ପାଇଛି । ସେହିପରି ବାତ୍ୟା ‘ମାଣ୍ଡୋସ’ ତାମିଲନାଡୁରେ ଏହାର ପ୍ରଭାବ ପକାଇବା ଆରମ୍ଭ କରିସାରିଲେଣି I ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ୬ ଜିଲ୍ଲାର ସ୍କୁଲ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବାଣ୍ଡ ରଖିବାକୁ ନିର୍ଦେଶ ଦେଇଛନ୍ତି I ଏହି ଜିଲ୍ଲା ଗୁଡିକ ମଧ୍ୟରେ,ଚେନ୍ନାଇ,ଥିରୁଭଲ୍ଲୁର,ଚେଙ୍ଗଲପଟ୍ଟୁ,କାଂଚିପୁରମ,ଭେଲୋର ଓ ରାନୀପେଟା ରହିଛି I ଏଥିସହିତ ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ସତର୍କ କରାଯିବା ସହ ଦରକାର ପଡିଲେ ସେମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳିକୁ ସ୍ଥାନାନ୍ତର କରାଯିବ ବୋଲି ଖବରୁ ପ୍ରକାଶ ପାଇଛି
ସେହିପରି ମୁକାବିଲା ପାଇଁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନଡିଆରଏଫ ଏବଂ ସେନା ସତର୍କ ଅଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଦକ୍ଷିଣ ଭାରତର କିଛି ସ୍ଥାନ ପାଇଁ ଆଲର୍ଟ ଜାରି କରାଯାଇଛି । ପୁଡୁଚେରୀ ଓ ଶ୍ରୀହରିକୋଟା ଦେଇ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୦ କି.ମି. ରହିବ। ଆଜି ରାତି ୯ଟା ମଧ୍ୟରେ ଏହା ଅତିକ୍ରମ କରିବ। ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଆଜି ମଧ୍ୟରାତ୍ରିରେ ସର୍ବାଧିକ ୬୫-୭୫କିଲୋମିଟର ବେଗରେ ପବନ ବହିବା ସହିତ ଏହା ମଝିରେ ମଝିରେ ୮୫ କିମି ଛୁଇଁପାରେ ବୋଲି ଆଇଏମଡି ଆକଳନ କରିଛି ।




