ଏଆଇଏଡିଏମ୍‌କେରେ ଫାଟ : ପଲାନିସ୍ୱାମୀଙ୍କ ଇସ୍ତଫା ଦାବି କଲେ ଶନମୁଗମଙ୍କ ନେତୃତ୍ୱାଧୀନ ଗୋଷ୍ଠୀ

ଏଆଇଏଡିଏମ୍‌କେରେ ଫାଟ : ପଲାନିସ୍ୱାମୀଙ୍କ ଇସ୍ତଫା ଦାବି କଲେ ଶନମୁଗମଙ୍କ ନେତୃତ୍ୱାଧୀନ ଗୋଷ୍ଠୀ
Samaya Live Desk Picture
Published On

ଚେନ୍ନାଇ: ତାମିଲନାଡୁ ବିଧାନସଭା ନିର୍ବାଚନରେ ​ଏଆଇଏଡିଏମ୍‌ର ପରାଜୟ ପରେ ଦଳ ମଧ୍ୟରେ ଅଶାନ୍ତିର ନୂତନ ସଙ୍କେତ ଦେଖାଦେଇଛି। ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀ ଦଳର ମୁଖ୍ୟ ଇକେ ପଲାନିସ୍ୱାମୀଙ୍କ ଇସ୍ତଫା ଦାବି କରିଛନ୍ତି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି।  ଏଆଇଏଡିଏମ୍‌କେ ଶୀର୍ଷ ସୂତ୍ର ଅନୁଯାୟୀ , ଦଳର ବରିଷ୍ଠ ନେତା ସିଭି ଶାନମୁଗମଙ୍କ ସହ ମିଳିତ ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ପଲାନିସ୍ୱାମୀଙ୍କୁ ଜଣାଇ ଦେଇଛନ୍ତି ଯେ, ସେମାନେ ଲଗାତାର ଚାରି ଥର ନିର୍ବାଚନୀ ପରାଜୟ ପରେ ତାଙ୍କ ନେତୃତ୍ୱକୁ ଆଉ ଗ୍ରହଣ କରିବାକୁ ରାଜି ନୁହନ୍ତି। ଉଲ୍ଲେଖଯେଗ୍ୟ
 ଗତ ଏପ୍ରିଲ ୨୩ରେ ହୋଇଥିବା ବିଧାନସଭା  ନିର୍ବାଚନରେ ଏଆଇଏଡିଏମ୍‌କେ ୨୩୪ ଆସନରୁ ମାତ୍ର ୪୭ଟିରେ ଜିତିଥିଲା। ୨୦୨୧ ନିର୍ବାଚନ‌ରେ ଡିଏମ୍‌କେ ନେତୃତ୍ବାଧୀନ ମେଣ୍ଟ ଏଆଇଏଡିଏମ୍‌କେକୁ କ୍ଷମତାରୁ ହଟାଇ ଦେଇଥିଲା। ସେତେବେଳେ ଦଳକୁ ମାତ୍ର ୭୫ ଆସନ ମିଳିଥିଲା। ୨୦୧୯ ଲୋକସଭା ନିର୍ବ‌ାଚନରେ ଦଳ ମାତ୍ର ଗୋଟିଏ ଆସନରେ ଜିତିଥିବାବେଳେ ୨୦୨୪ ଲୋକସଭା ନିର୍ବାଚନରେ ଖାତା ଖୋଲି ପାରିନଥିଲା। ବାରମ୍ବାର ଏଆଇଏଡିଏମ୍‌କେର ପରାଜୟ କର୍ମୀମାନଙ୍କ ମନୋବଳକୁ ପ୍ରଭାବିତ କରିଛି। ଏଥିପାଇଁ ଏଆଇଏଡିଏମ୍‌କେ ଦଳରେ ବିଭାଜନ ଦେଖାଦେଇଛି।   

Tags: