ଶିଶୁଙ୍କ ବିରୋଧରେ ଅପରାଧ ୬ ପ୍ରତିଶତ ବଢ଼ିଛି : ଏନ୍‌ସିଆରବି

ଶିଶୁଙ୍କ ବିରୋଧରେ ଅପରାଧ ୬ ପ୍ରତିଶତ ବଢ଼ିଛି : ଏନ୍‌ସିଆରବି
Samaya Live Desk Picture
Published On

ନୂଆଦିଲ୍ଲୀ, ୭/୫ : ଦେଶରେ ଶିଶୁଙ୍କ ବିରୋଧରେ ଅପରାଧ ବଢ଼ିଛି। ୨୦୨୩ ତୁଳନାରେ ୨୦୨୪ରେ ଶିଶୁଙ୍କ ବିରୋଧରେ ଅପରାଧ ୬ ପ୍ରତିଶତ ବଢ଼ିଛି। ଏନ୍‌ସିଆରବି ତଥ୍ୟ ଦର୍ଶାଉଛି ଯେ ଶିଶୁଙ୍କ ବିରୋଧରେ ୨୦୨୪ରେ ୧,୮୭,୭୦୨ ଅପରାଧିକ ମାମଲା ରେକର୍ଡ ହୋଇଥିବାବେଳେ ୨୦୨୩ରେ ୧,୭୭,୩୩୫ ମାମଲା ରେକର୍ଡ କରାଯାଇଥିଲା। ଏଥିରୁ ଜଣାପଡ଼ୁଛି ଯେ ବର୍ଷେ ମଧ୍ୟରେ ଶିଶୁଙ୍କ ବିରୋଧରେ ଅପରାଧ ୫.୯ ପ୍ରତିଶତ ବଢ଼ିଛି। ତେବେ ୨୦୨୨ରେ ଏହି ସଂଖ୍ୟା ୧,୬୨,୪୪୯ ଥିଲା। ମହାରାଷ୍ଟ୍ରରେ ଶିଶୁଙ୍କ ବିରୋଧରେ ସର୍ବାଧିକ ଅପରାଧ ରେକର୍ଡ କରାଯାଇଛି। ମହାରାଷ୍ଟ୍ର‌ରେ ଶିଶୁଙ୍କ ବିରେଧରେ ସର୍ବାଧିକ ୨୪,୧୭୧ ଅପରାଧ ମାମଲା ରେକର୍ଡ ହୋଇଥିବା ବେଳେ ଉତ୍ତରପ୍ର‌ଦେଶରେ ୨୨,୨୨୨, ମଧ୍ୟପ୍ରଦେଶରେ ୨୧,୯୦୮ ଏବଂ ଦିଲ୍ଲୀରେ ଶିଶୁଙ୍କ ବିରୋଧରେ ୭,୬୬୨ ଅପରାଧିକ ମାମଲା ଥିବା ରିପୋର୍ଟ କରାଯାଇଛି। ମୋଟ୍‌ ଉପରେ ଶିଶୁଙ୍କ ବିରୋଧରେ ଅପରାଧ ବଢ଼ିଛି। ୨୦୨୩ରେ ପ୍ରତି ଲକ୍ଷ ଶିଶୁ ଜନସଂଖ୍ୟାରେ ଅପରାଧ ହାର ୩୯.୩ ଥିବାବେଳେ ୨୦୨୪ରେ ଏହା ୪୨.୩କୁ ବୃଦ୍ଧି ପାଇଛି। 

Tags: