ବିହାର ଛାତ୍ର ଆନ୍ଦୋଳନରେ ଏକେ-୪୭ରୁ ଗୁଳି ଚଳାଇଥିବା ପୋଲିସ କର୍ମଚାରୀ ନିଲମ୍ବିତ
ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଖଲ
ପାଟନା : ପ୍ରଶ୍ନପତ୍ର ଅନିୟମିତତାକୁ ବିରୋଧ କରି ଜୁଲାଇ ୨୫ରେ ହୋଇଥିବା ‘ବିହାର ବନ୍ଦ’ ସମୟରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ଏକେ-୪୭ ରାଇଫଲରୁ ଗୁଳି ଚଳାଇଥିବା ବିହାରର ଜଣେ ପୋଲିସ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି। ତେବେ ସୂତ୍ର ଅନୁସାରେ, ଅତିକମରେ ୪ରୁ ୫ ରାଉଣ୍ଡ ଗୁଳି ଚଳାଯାଇଥିଲା। ଏହି ଘଟଣାକୁ ନେଇ ରାଜ୍ୟସଭା ସାଂସଦ ମନୋଜ କୁମାର ଝା ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ) ଦାଖଲ କରିଛନ୍ତି। ଭିଡିଓରେ ନୀଳ ହେଲମେଟ ଏବଂ ବୁଲେଟପ୍ରୁଫ୍ ଜ୍ୟାକେଟ ପିନ୍ଧିଥିବା ପୋଲିସ କର୍ମଚାରୀ ଅଭିଷେକ ପଟେଲ ଆନ୍ଦୋଳନକାରୀଙ୍କ ଆଡ଼କୁ ଦୌଡ଼ିଯାଉଥିବା ଦେଖାଯାଉଛନ୍ତି। ଅତିକମରେ ଗୋଟିଏ ଗୁଳିର ଶବ୍ଦ ଶୁଣାଯାଇଥିଲା ଏବଂ ସେ ନିଜ ସହକର୍ମୀମାନଙ୍କୁ ପଛେ ଆସିବାକୁ କହିଥିଲେ। ଏହା ପରେ ଅନ୍ୟ ଜଣେ ପୋଲିସ କର୍ମଚାରୀ ଭୂମିରୁ କିଛି ଉଠାଇ ଆନ୍ଦୋଳନକାରୀଙ୍କ ଆଡ଼କୁ ଫିଙ୍ଗୁଥିବା ପରି ଦେଖାଯାଇଥିଲା। ରାଜ୍ୟବ୍ୟାପୀ ବନ୍ଦ ସମୟରେ ବିଭିନ୍ନ ଜିଲ୍ଲାରେ ଛାତ୍ର ସଂଗଠନମାନେ ବ୍ୟାପକ ଆନ୍ଦୋଳନ କରିଥିଲେ। ଅନେକ ସ୍ଥାନରେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା ଏବଂ ସୁରକ୍ଷାକର୍ମୀଙ୍କ ଉପରେ ପଥରମାଡ଼ ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ, ଲୁହବୁହା ଗ୍ୟାସ ଏବଂ ୱାଟର କ୍ୟାନନ ବ୍ୟବହାର କରିଥିଲା।ପରେ ଡାକ୍ତରମାନେ ଅସ୍ତ୍ରୋପଚାର କରି ଗୁଳି ବାହାର କରିଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଏବେ ସ୍ଥିର ଥିବା କଥା ପରିବାର ଲୋକେ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି। ପାଟନାରେ ରାଜ୍ୟବ୍ୟାପୀ ବନ୍ଦର ଅଂଶ ଭାବେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଗାନ୍ଧୀ ମୈଦାନ ଅଭିମୁଖେ ପଦଯାତ୍ରା କରିଥିଲେ। ସ୍ଲୋଗାନ ଦେଉଥିବା ବେଳେ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ବଚସା ହେବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ସିୱାନ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ପୁରଣ କୁମାର ଝା କହିଛନ୍ତି ଯେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଥିବା ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ କନଷ୍ଟେବଲଙ୍କୁ ନିଲମ୍ବନ କରାଯାଇଛି। ସେ କହିଛନ୍ତି, ‘ଜିଲ୍ଲା ଗୁଇନ୍ଦା ୟୁନିଟ୍ (ଡିଆଇୟୁ)ରେ କାର୍ଯ୍ୟରତ ଏହି କନଷ୍ଟେବଳଙ୍କୁ ଛାତ୍ର ଆନ୍ଦୋଳନ ସମୟରେ ଏକେ-୪୭ ରାଇଫଲ ବ୍ୟବହାର କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୁରନ୍ତ ତାଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ କରାଯାଇଛି।
ତେବେ ଗଣମାଧ୍ୟମରେ ତିନିଜଣ ଆହତ ହୋଇଥିବା ଖବର ପ୍ରକାଶ ପାଇଥିଲେ ମଧ୍ୟ, ଝା କହିଛନ୍ତି ଯେ ଏହି ଗୁଳିକାଣ୍ଡରେ କେହି ଆହତ ହୋଇନାହାନ୍ତି। ଝା ଆହୁରି କହିଛନ୍ତି ଯେ କେଉଁ ପରିସ୍ଥିତିରେ କନଷ୍ଟେବଳ ଏକେ-୪୭ ରାଇଫଲରୁ ଗୁଳି ଚଳାଇଥିଲେ, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ସେ କହିଛନ୍ତି, ଆନ୍ଦୋଳନ ସମୟରେ ପୋଲିସ ବଳକୁ ଗୁଳି ନ ଚଳାଇବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ବିହାରର ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଘଟଣାର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ପୋଲିସ କର୍ମଚାରୀଙ୍କୁ ଛାତ୍ରଛାତ୍ରୀଙ୍କ ଉପରେ ଗୁଳି ଚଳାଉଥିବା ଦେଖାଯାଉଛି। ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସବୁଠି ଏକାଭଳି ପ୍ରବୃତ୍ତି ଦେଖାଯାଉଛି। ସେ ଦିଲ୍ଲୀରେ ପ୍ରଦର୍ଶନକାରୀ ଛାତ୍ରଙ୍କ ବିରୋଧରେ ପେଲେଟ୍ ଗନ୍ ଏବଂ ବିହାରରେ ଏକେ-୪୭ ବ୍ୟବହାରକୁ ଉଲ୍ଲେଖ କରିଥିଲେ। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ଆଇନଶୃଙ୍ଖଳା ବଜାୟ ରଖିବା ସେମାନଙ୍କର ପ୍ରାଥମିକ ଦାୟିତ୍ୱ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟାର କୌଣସି ଉଲ୍ଲଂଘନକୁ ଗୁରୁତ୍ୱର ସହ ନିଆଯିବ। ଏକ ବିସ୍ତୃତ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି ଏବଂ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ହେବ।
Tags:




