#Draft: Add Your Title

ଜଳବାୟୁ ସଙ୍କଟର ମୁକାବିଲା ପାଇଁ ବ୍ରାଜିଲରେ ‘ସିଓପି-୩୦’

#Draft: Add Your Title
Samaya Live Desk Picture
Published On

ବେଲେମ:  ବ୍ରାଜିଲର ବେଲେମ ସହରରେ ୩୦ତମ ବାର୍ଷିକ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (ସିଓପି-୩୦) ଆରମ୍ଭ ହୋଇଛି। ନେତାମାନେ ଗ୍ଲୋବାଲ୍ ୱାର୍ମିଂ ବିରୋଧରେ ମିଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ ଦେଶମାନଙ୍କୁ ଆହ୍ବାନ କରିଛନ୍ତି।

ବ୍ରାଜିଲର ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଦା ସିଲଭା ସିଓପି-୩୦ର ଉଦଘାଟନୀ ଉତ୍ସବରେ ଟ୍ରମ୍ପଙ୍କ ଅଧୀନରେ ଥିବା ଆମେରିକା ସମେତ ଧନୀ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କୁ ଜଳବାୟୁ ସଙ୍କଟର ମୁକାବିଲା ପାଇଁ ଗ୍ଲୋବାଲ୍ ସାଉଥ୍‌କୁ ଆର୍ଥିକ ସହାୟତା ବୃଦ୍ଧି କରିବାକୁ ଆହ୍ବାନ କରିଛନ୍ତି। ଲୁଲା ଜଳବାୟୁ ପରିବର୍ତ୍ତନକୁ ଅସ୍ୱୀକାର କରୁଥିବା ଟ୍ରମ୍ପଙ୍କୁ ତଥା ଗ୍ଲୋବାଲ ୱାର୍ମିଂ ବିରୋଧରେ ସଫଳ ପଦକ୍ଷେପ ନେବାରେ ଅଗ୍ରଣୀ ଦେଶଗୁଡିକର ବିଫଳତାକୁ ସମାଲୋଚନା କରି ଚେତାବନୀ ଦେଇଛନ୍ତି ଯେ ତାପମାତ୍ରା ବୃଦ୍ଧିକୁ ସୀମିତ କରିବା ପାଇଁ ବିଶ୍ୱ ବିପଜ୍ଜନକ ଭାବରେ ପଛରେ ରହିଛି। ଜାତିସଂଘର ଜଳବାୟୁ ମୁଖ୍ୟ ସାଇମନ୍ ଷ୍ଟିଲ୍ ସୋମବାର ପ୍ରତିନିଧିମାନଙ୍କୁ କହିଛନ୍ତି, ସିଓପି-୩୦ର ଏହି ଅବସରରେ ଏଠାରେ ଆପଣଙ୍କର କାମ ପରସ୍ପର ସହିତ ଲଢ଼ିବା ନୁହେଁ - ଏଠାରେ ଆପଣଙ୍କର କାମ ହେଉଛି ଏହି ଜଳବାୟୁ ସଙ୍କଟ ସହିତ ମିଳିତ ଭାବରେ ଲଢ଼ିବା। ବ୍ରାଜିଲର ଆମାଜନ ରେନ୍ ଫରେଷ୍ଟ ଧାରରେ ଆୟୋଜିତ ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ୧୯୦ରୁ ଅଧିକ ଦେଶରୁ ପ୍ରାୟ ୫୦,୦୦୦ ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି। ଜାତିସଂଘର ଜଳବାୟୁ ମୁଖ୍ୟ ଉଲ୍ଲେଖ କରିଛନ୍ତି ଯେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନକୁ ହ୍ରାସ କରିବା ପାଇଁ ଦେଶଗୁଡ଼ିକୁ ବହୁତ ଜଲଦି କରିବାକୁ ପଡ଼ିବ। ବିଳାପ କରିବା ଏକ ରଣନୀତି ନୁହେଁ। ଆମକୁ ସମାଧାନ ଦରକାର ବୋଲି ସେ କହିଛନ୍ତି।