ସଂକ୍ରମିତ ମୁନିସିପାଲ୍‌ ଟ୍ୟାପ୍‌ ପାଣି ପିଇ ୭ ଜଣଙ୍କର ମୃତ୍ୟୁ, ୧୦୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

ସଂକ୍ରମିତ ମୁନିସିପାଲ୍‌ ଟ୍ୟାପ୍‌ ପାଣି ପିଇ ୭ ଜଣଙ୍କର ମୃତ୍ୟୁ, ୧୦୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ :  ମଧ୍ୟପ୍ରଦେଶର ଇଣ୍ଡୋରରେ ଗତ କିଛିଦିନ ମଧ୍ୟରେ ସଂକ୍ରମିତ ପାଣି ପିଇ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସହରର ଭାଗିରଥପୁର ଅଞ୍ଚଳରେ ଏହି ଘଟଣା ଘଟିଛି। ଲୋକମାନେ ମୁନସିପାଲଟି ପାଣି ପାଇପ୍‌ରେ ଆସୁଥିବା ପାଣି ପିଇବା ପରେ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।   ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି। ସମସ୍ତ ପ୍ରଭାବିତଙ୍କର ମେଡିକାଲ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସେ କହିଛନ୍ତି।  ସ୍ବାସ୍ଥ୍ୟ ବିଭାଗ ଉକ୍ତ ଅଞ୍ଚଳରେ ୨୭୦୩ଟି ଘରକୁ ଯାଇ ସର୍ଭେ କରିଛନ୍ତି। ୧୨ହଜାର ଲୋକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସରକାରୀ ଭାବେ ୩ ଜଣଙ୍କର ଡାଇରିଆରେ ମୃତ୍ୟୁ ହୋଇଛି। ୧୧୪୬ ଜଣଙ୍କଠା‌ରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ଏବଂ ୧୧୧ ଜଣ ଅତି ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୧୮ ଜଣ ଚିକିତ୍ସା ପରେ ଘରକୁ ଫେରିଛନ୍ତି। 

ସମ୍ବନ୍ଧିତ ଖବର ମହାରାଷ୍ଟ୍ରରେ ନିର୍ବାଚନ ପୂର୍ବରୁ ୬୬ ଆସନରେ ବିଜେପି-ଶି‌ବସେନା ନିର୍ଦ୍ବନ୍ଦ୍ବରେ ବିଜୟୀ

   

ସମ୍ବନ୍ଧିତ ଖବର କର୍ଣ୍ଣାଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

Tags: