୨୦୧୭ ଅଭିନେତ୍ରୀ ଦୁଷ୍କର୍ମ ମାମଲାରେ ଦିଲୀପ ନିର୍ଦ୍ଦୋଷରେ ଖଲାସ 

୨୦୧୭ ଅଭିନେତ୍ରୀ ଦୁଷ୍କର୍ମ ମାମଲାରେ ଦିଲୀପ ନିର୍ଦ୍ଦୋଷରେ ଖଲାସ 
Samaya Live Desk Picture
Published On

ନୂଆଦିଲ୍ଲୀ : କେରଳର ଏକ କୋର୍ଟ ସୋମବାର ଅଭିନେତା ଦିଲୀପଙ୍କୁ ୨୦୧୭ ମସିହାରେ ଜଣେ ଅଭିନେତ୍ରୀଙ୍କୁ ଅପହରଣ ଏବଂ ଦୁଷ୍କର୍ମ ମାମଲାରେ ଦୋଷମୁକ୍ତ କରିଛନ୍ତି। ଏର୍ଣ୍ଣାକୁଲମ ପ୍ରିନ୍ସିପାଲ ସେସନ୍ସ କୋର୍ଟ ରାୟ ଦେଇଛନ୍ତି ଯେ ମାଲାୟଲମ ତାରକାଙ୍କ ବିରୋଧରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷର ଖଲାସ କରାଯାଉଛି। ତଥାପି ଅନ୍ୟ ଛଅ ଜଣଙ୍କୁ ଦୁଷ୍କର୍ମ ଏବଂ ଷଡ଼ଯନ୍ତ୍ର ପାଇଁ ଦୋଷୀ ସାବ୍ୟସ୍ତ କରାଯାଇଛି। ଦିଲୀପଙ୍କ ବ୍ୟତୀତ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଏହି ମାମଲାରେ ଦୋଷମୁକ୍ତ କରାଯାଇଥିଲା। ରାୟ ପ୍ରକାଶ ପରେ ଦିଲୀପ କହିଛନ୍ତି, ଏହା ମୋ ବିରୁଦ୍ଧରେ ଏକ ଷଡ଼ଯନ୍ତ୍ର ଥିଲା। ମାଲାୟଲମ ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପରେ କାମ କରିଥିବା ଏହି ଅଭିନେତ୍ରୀଙ୍କୁ ଫେବୃଆରୀ ୧୭ ତାରିଖ ରାତିରେ କିଛି ପୁରୁଷ ଅପହରଣ କରି ତାଙ୍କ କାରରେ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଯୌନ ନିର୍ଯାତନା ଦେଇଥିଲେ, ଯେଉଁମାନେ ପରେ ଖସି ପଳାଇଥିଲେ। 

Tags: