ବିହାରରେ ୭ ନେତାଙ୍କୁ ନିଲମ୍ବନ କଲା କଂଗ୍ରେସ

ବିହାରରେ ୭ ନେତାଙ୍କୁ ନିଲମ୍ବନ କଲା କଂଗ୍ରେସ
Samaya Live Desk Picture
Published On


ପାଟନା: ଆଭ୍ୟନ୍ତରୀଣ କନ୍ଦଳ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରି ବିହାର ପ୍ରଦେଶ କଂଗ୍ରେସ କମିଟି (ବିପିସିସି) ସୋମବାର ଦଳର ୭ ଜଣ ନେତାଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବନ କରିଛି। ବିହାର ବିଧାନସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏବଂ ଶୃଙ୍ଖଳା ଉଲ୍ଲଂଘନ ପାଇଁ ଏହି ନେତାମାନଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବନ କରାଯାଇଛି। ତେବେ ଏହି କାର୍ଯ୍ୟକୁ‌ ନେଇ ଦଳରେ ଏକ ସଦ୍ୟ ବିବାଦ ହୋଇଛି। ବରିଷ୍ଠ ନେତାମାନେ ନିଜ ଉତ୍ତରଦାୟିତ୍ବରୁ ଖସିଯିବାପାଇଁ କନିଷ୍ଠମାନଙ୍କୁ ଏମିତି ବଳିର ଛେଳି କରିଛନ୍ତି ବୋଲି ଅସନ୍ତୁଷ୍ଟ ନେତାମାନେ କହିଛନ୍ତି। ନିଲମ୍ବିତ ନେତାମାନେ ହେଉଛନ୍ତି ଆଦିତ୍ୟ ପାଶ୍ବାନ (କଂଗ୍ରେସ ସେବାଦଳର ପୂର୍ବତନ ଉପସଭାପତି), ଶକିଲୁର ରେହମାନ ( ବିପିସିସିର ପୂର୍ବତନ ଉପସଭାପତି), ରାଜ କୁମାର ଶର୍ମା (କିଷାନ କଂଗ୍ରେସର ପୂର୍ବତନ ସଭାପତି), ରାଜ କୁମାର ରଞ୍ଜନ ( ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି) , କୁନ୍ଦନ ଗୁପ୍ତା (ଅତି ପଛୁଆ ବିଭାଗର ପୂର୍ବତନ ସଭାପତି), କାଞ୍ଚନ କୁମାରୀ ( ବାଙ୍କା ଜିଲ୍ଲା କଂଗ୍ରେସ କମିଟି ସଭାପତି) ଏବଂ ନାଳନ୍ଦା ଜିଲ୍ଲାର ରବି ଗୋଲ୍ଡେନ।