କର୍ଣ୍ଣାଟକ କ୍ଷମତା କନ୍ଦଳକୁ ନେଇ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରତିକ୍ରିୟା

କର୍ଣ୍ଣାଟକ କ୍ଷମତା କନ୍ଦଳକୁ ନେଇ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରତିକ୍ରିୟା
Samaya Live Desk Picture
Published On

 ନୂଆଦିଲ୍ଲୀ:  କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଥିବାବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ରବିବାର ସ୍ପଷ୍ଟ କରିଛନ୍ତି ଯେ, ନେତୃତ୍ୱ ପ୍ରସଙ୍ଗକୁ ନେଇ ଦ୍ୱନ୍ଦ୍ୱ କେବଳ ସ୍ଥାନୀୟ ସ୍ତରରେ ରହିଛି, ହାଇକମାଣ୍ଡ ସ୍ତରରେ ନୁହେଁ। ଖଡ଼ଗେ କହିଛନ୍ତି, ହାଇକମାଣ୍ଡ କୌଣସି ଦ୍ୱନ୍ଦ୍ୱ ସୃଷ୍ଟି କରିନାହାନ୍ତି। ସ୍ଥାନୀୟ ସ୍ତରରେ ଏହି ସମସ୍ୟା ସୃଷ୍ଟି ହୋଇଛି। ହାଇକମାଣ୍ଡଙ୍କ ଉପରେ ଦୋଷ ଲଦିବା କିପରି ଠିକ୍ ହେବ? କାଲବୁର୍ଗିରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଖଡ଼ଗେ ଏହି ଟିପ୍ପଣୀ ଦେଇଛନ୍ତି। ଖଡ଼ଗେ ଆହୁରି କହିଛନ୍ତି ଯେ, ସ୍ଥାନୀୟ ନେତାମାନେ ହାଇକମାଣ୍ଡଙ୍କୁ ଦାୟୀ କରିବା ପରିବର୍ତ୍ତେ ଆଭ୍ୟନ୍ତରୀଣ ବିବାଦର ଦାୟିତ୍ବ ନିଜେ ନେବା ଉଚିତ। ନିର୍ବାଚନ ସଫଳତା ପାଇଁ ଶ୍ରେୟ ଦାବି ନ କରିବାକୁ ସେ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। କାହାର ନାମ ନ ନେଇ କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି, ସମସ୍ତେ ମିଳିମିଶି ଦଳ ଗଠନ କରିଛନ୍ତି। ଏହା କୌଣସି ବ୍ୟକ୍ତିର ଉଦ୍ୟମ ନୁହେଁ।

Tags: