ଶନିବାର ଭାରତ ଆସିବେ ଅଭିଜିତ ଦୀପକେ

ଶନିବାର ଭାରତ ଆସିବେ ଅଭିଜିତ ଦୀପକେ
Samaya Live Desk Picture
Published On

ନୂଆଦିଲ୍ଲୀ :  ଆମେରିକାର ବୋଷ୍ଟନରେ ରହୁଥିବା ୩୦ ବର୍ଷୀୟ ଅଭିଜିତ ଦୀପ୍‌କେ ନୂଆଦିଲ୍ଲୀର ରାଜନୈତିକ ଓ ପ୍ରଶାସନିକ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। କକ୍ରୋଚ ଜନତା ପାର୍ଟିର ସଂସ୍ଥାପକ ଅଭିଜିତ ୬ ଜୁନ୍‌ରେ ଭାରତ ଆସୁଛନ୍ତି। ସେ ତାଙ୍କ ସମର୍ଥକଙ୍କୁ ବିମାନବନ୍ଦରରେ ଭେଟିବାକୁ ନିବେଦନ କରିଛନ୍ତି। ଦେଶର ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ସେ ଏକ ଆନ୍ଦୋଳନ ଡାକରା ଦେଇଛନ୍ତି। ଏହି ଅବସରରେ ସେ ଦୀପକେ ତାଙ୍କ ସମର୍ଥକଙ୍କ ସହିତ ଯନ୍ତରମନ୍ତରଠାରୁ ବିମାନବନ୍ଦର ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛନ୍ତି। ତେବେ ଅଭିଜିତଙ୍କ ଏହି ପଦକ୍ଷେପ ମହାରାଷ୍ଟ୍ରରେ ତାଙ୍କ ବାପା ମା’ଙ୍କ ଚିନ୍ତା ବଢ଼ାଇ ଦେଇଛି।  ଛତ୍ରପତି ସମ୍ଭାଜୀ ନଗରର ଏମ୍‌ଆଇଡିସି ବାଲୁଜ ଅଞ୍ଚଳ ସ୍ଥିତ ଅଭିଜିତଙ୍କ ଘରେ ଏବେ କେହି ଲୋକ ନାହାନ୍ତି। କିଛି ଦିନ ପୂର୍ବରୁ ତାଙ୍କ ପରିବାରର ସମସ୍ତ ସଦସ୍ୟ କୌଣସି ଅଜ୍ଞାତ ସ୍ଥାନକୁ ଚାଲି ଯାଇଛନ୍ତି।  ଘ‌ରେ କେହି ନଥିଲେ ମଧ୍ୟ ପୁଲିସ ତାଙ୍କ ବାସଭବନ ବାହାରେ ସୁରକ୍ଷା କଡ଼ାକଡ଼ି କରିଛି। ଅଭିଜିତଙ୍କ ବାପା ଭଗବାନ ରାଓ ଦୀପକେ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମରୁ ଇଞ୍ଜିନିୟର ଭାବେ ଅବସର ନେଇଛନ୍ତି। ସେ ତାଙ୍କ ପୁଅର ଏହି ପଦକ୍ଷେପକୁ ନେଇ ଚିନ୍ତିତ ଅଛନ୍ତି।  ତେବେ ଅଭିଜିତ ଆଇନ କାନୁନ ବିଷୟରେ ଭଲଭାବେ ଅବଗତ ଅଛନ୍ତି ଓ ସେ ଆଇନ ବିରୋଧରେ କୌଣସି କାର୍ଯ୍ୟ କରିବେ ନାହିଁ ବୋଲି ଭରସା ଦେଇଥିବା ତାଙ୍କ ବାପା କହିଛନ୍ତି।  

Tags: