ଦିଲ୍ଲୀ ବିସ୍ଫୋରଣ ପାଇଁ କ୍ଷତିପୂରଣ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ ବିସ୍ଫୋରଣ ପାଇଁ କ୍ଷତିପୂରଣ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ
Samaya Live Desk Picture
Published On

ନୂଆଦିଲ୍ଲୀ:  ଦିଲ୍ଲୀରେ ଗତକାଲି ହୋଇଥିବା ବିସ୍ଫୋରଣ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ‌ରେଖା ଗୁପ୍ତା‌ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ, ସ୍ଥାୟୀ ଭାବେ ଅକ୍ଷମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଏବଂ ଗୁରୁତର ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି। ଏକ୍ସରେ ଏକ ପୋଷ୍ଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ ଏଭଳି ଦୁଃଖଦ ସମୟରେ ଦିଲ୍ଳୀ ସରକାର ପ୍ରତି ପରିବାର ସହ ଦୃଢ଼ ଭାବେ ରହିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ଏବଂ ଆହତଙ୍କୁ ଆମେ ଗଭୀର ସମବେଦନା‌ ଜ୍ଞାପନ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆହତମାନଙ୍କର ଉତ୍ତମ ଚିକିତ୍ସାର ସମସ୍ତ ଦାୟିତ୍ବ ଆମ ସରକାର ନେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିଲ୍ଲୀରେ ଶାନ୍ତି ଏବଂ ସୁରକ୍ଷା ଆମପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।