ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ଚମ୍ପତ ରାୟ ଏବଂ ଅନୀଲ ମିଶ୍ରଙ୍କୁ କ୍ଲିନ ଚିଟ

ରାମ ମନ୍ଦିର ଚାନ୍ଦା ଚୋରି ମାମଲାରେ ଚମ୍ପତ ରାୟ ଏବଂ ଅନୀଲ ମିଶ୍ରଙ୍କୁ କ୍ଲିନ ଚିଟ
Samaya Live News Picture
Published On

ନୂଆଦିଲ୍ଲୀ : ଅଯୋଧ୍ୟା ଶ୍ରୀ ରାମ ମନ୍ଦିର  ଚାନ୍ଦା ଚୋରି ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି ଏସଆଇଟି । ଏହି ରିପୋର୍ଟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟର ସଦସ୍ୟ ଅନିଲ ମିଶ୍ରଙ୍କୁ କ୍ଲିନ ଚିଟ୍ ପ୍ରଦାନ କରିଛି ଏସଆଇଟି । ଉଭୟଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗଗୁଡ଼ିକ ସତ୍ୟ ବୋଲି ପ୍ରମାଣିତ ହୋଇନାହିଁ । ଦାନ ଚୋରି ଅଭିଯୋଗ ଆସିବା ପରେ ଚମ୍ପତ ଏବଂ ଅନିଲ ଉଭୟ ଅଯୋଧ୍ୟା ରାମ ମନ୍ଦିର ପରିଚାଳନା ଟ୍ରଷ୍ଟରୁ ଜୁନ୍ ୨୭ ତାରିଖରେ ଇସ୍ତଫା ଦେଇଥିଲେ । 

ଏସଆଇଟିର ଏହି ଚୂଡ଼ାନ୍ତ ରିପୋର୍ଟରେ କେବଳ ସେହି ୮ ଜଣ ବ୍ୟକ୍ତିଙ୍କ ନାମ ରହିଛି, ଯାହାଙ୍କୁ ପୂର୍ବରୁ ପୁଲିସ ତଦନ୍ତ ସମୟରେ ଗିରଫ କରିଥିଲା । ତଦନ୍ତ ଏଜେନ୍ସି ଏହି ଗିରଫ ଅଭିଯୁକ୍ତମାନଙ୍କୁ ହିଁ ଏହି ସମଗ୍ର ମାମଲାର ମୁଖ୍ୟ ଦାୟୀ ବୋଲି ଦର୍ଶାଇଛି ।

ପ୍ରଥମରୁ ଚମ୍ପତ ରାୟଙ୍କୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥିବାବେଳେ, ଅନ୍ତିମ ରିପୋର୍ଟରେ ତାଙ୍କୁ ସମ୍ପୂର୍ଣ୍ଣ କ୍ଲିନ ଚିଟ୍ ମିଳିଛି । ସୂତ୍ର ଅନୁଯାୟୀ, ପଚରାଉଚରା ସମୟରେ ଚମ୍ପତ ରାୟ ମନ୍ଦିରରେ ଦାନ ଚୋରିରେ କୌଣସି ଭୂମିକାକୁ ଅସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ ତାଙ୍କ ଅଭିଯୋଗ ଆଧାରରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇଥିଲା। ସୂତ୍ର ଅନୁଯାୟୀ, ଚମ୍ପତ ପୁଲିସକୁ ଏହା ମଧ୍ୟ କହିଥିଲେ ଯେ ଦାନ ସଂଗ୍ରହରେ କୌଣସି ଅନିୟମିତତା ନହେବା ନିଶ୍ଚିତ କରିବା ତାଙ୍କର ଦାୟିତ୍ୱ ଏବଂ ଭୁଲ୍ ବିଷୟରେ ଜାଣିବା ମାତ୍ରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ଚୋରି ମାମଲାରେ ଗିରଫ ହୋଇଥିବା ୮ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ରମାକାନ୍ତ ଓରଫ ଟିନୁ ଯାଦବ, ସୁଭାଷ ଶ୍ରୀବାସ୍ତବ, ଅନୁକଲ୍ପ ମିଶ୍ର, ଲାଭକୁଶ ମିଶ୍ର, ଅଭିନାଶ ଶୁକ୍ଳା, କରୁଣେଶ ପାଣ୍ଡେ, ମନୀଷ ଯାଦବ ଏବଂ ରମାଶଙ୍କର ମିଶ୍ର ସାମିଲ ଅଛନ୍ତି ।

Tags: