୫ ଦିନ ପାଇଁ ତିହାର ଜେଲ୍‌ ଗଲେ ସିଜେପିର ସୌରଭ ଦାସ ଓ ଆଶୁତୋଷ ରଙ୍କା

୫ ଦିନ ପାଇଁ ତିହାର ଜେଲ୍‌ ଗଲେ ସିଜେପିର ସୌରଭ ଦାସ ଓ ଆଶୁତୋଷ ରଙ୍କା
Samaya Live Desk Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ଜନ୍ତରମନ୍ତରରେ ବିନା ଅନୁମତିରେ ପ୍ରବେଶ କରିବା ଅଭିଯୋଗରେ କକ୍ରୋଚ୍‌ ଜନତା ପାର୍ଟିର ତିନି ଜଣ ନେତାଙ୍କୁ ପୋଲିସ ଅଟକ ରଖିଥିଲା। ଏହି ଘଟଣାରେ ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ୫ ଦିନ ପାଇଁ ତିହାର ଜେଲ୍‌କୁ ପଠାଯାଇଥିବା ବେଳେ ଅଜିଙ୍କ୍ୟା ସିନ୍ଦେଙ୍କୁ ଶାନ୍ତି ବଜାୟ ରଖିବା ସମ୍ପର୍କିତ ବଣ୍ଡ୍‌ରେ ଦସ୍ତଖତ କରିବା ପରେ ଛାଡ଼ି ଦିଆଯାଇଛି। ପୋଲିସ କହିଛି ଯେ ଜନ୍ତରମନ୍ତରରେ ନିଷେଧାଦେଶ ଉଲ୍ଲଂଘନ ଏବଂ ଶାନ୍ତି ବଜାୟ ରଖିବା ପାଇଁ ପୂର୍ବରୁ ଦିଆଯାଇଥିବା ବଣ୍ଡ୍‌ର ସର୍ତ୍ତ ଉଲ୍ଲଂଘନ କରିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି। ନିକଟରେ ଜନ୍ତରମନ୍ତରକୁ ନିର୍ଦ୍ଦିଷ୍ଟ ଧାରଣାସ୍ଥଳ ତାଲିକାରୁ ବାଦ୍ ଦିଆଯାଇଥିଲା ବୁଧବାର ତିନି ଜଣଙ୍କୁ ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ବାରମ୍ବାର ଆଇନ ଉଲ୍ଲଂଘନ ଏବଂ ପୁନର୍ବାର ସେମାନେ ସାଧାରଣ ଶାନ୍ତି ଭଙ୍ଗ କରିପାରନ୍ତି କିମ୍ବା ଅନ୍ୟମାନଙ୍କୁ ଉସୁକାଇପାରନ୍ତି ବୋଲି ଆଶଙ୍କା କରି ସୌରଭ ଦାସ ଓ ଆଶୁତୋଷ ରଙ୍କାଙ୍କୁ ୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଥିଲା। ଅନ୍ୟପଟେ ସେମାନଙ୍କ ସହଯୋଗୀ ଅଜିଙ୍କ୍ୟା ସିନ୍ଦେ ଶାନ୍ତି ବଜାୟ ରଖିବା ପାଇଁ ବଣ୍ଡ୍‌ରେ ଦସ୍ତଖତ କରିବା ପରେ ମୁକ୍ତ ହୋଇଥିଲେ। ଏହି ଅଟକ ଘଟଣା ପରେ ସିଜେପି ଏହାର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ଏକ ବୈଠକ କରିବାକୁ ଯାଉଛି। ସୂତ୍ର ଅନୁସାରେ, ଦିଲ୍ଲୀ ପୋଲିସ ତିନି ଜଣଙ୍କ ବିରୋଧରେ ଅନେକ ଅଭିଯୋଗରେ ମାମଲା ରୁଜୁ କରିଛି। ଏଥିରେ ଅନଧିକୃତ ପ୍ରବେଶ, ନିଷେଧାଦେଶ ଉଲ୍ଲଂଘନ, ଶାନ୍ତି ବଜାୟ ରଖିବା ପାଇଁ ଦିଆଯାଇଥିବା ବଣ୍ଡ୍‌ର ସର୍ତ୍ତ ଭାଙ୍ଗିବା ଏବଂ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ରହିଛି। ପୋଲିସର ଏକ ବିବୃତି ଅନୁସାରେ, ଘଟଣାସ୍ଥଳରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ସରକାରୀ କର୍ତ୍ତବ୍ୟ ପାଳନରେ ବାଧା ଦେବା ଅଭିଯୋଗରେ ମୋଟ ୧୪ ଜଣଙ୍କୁ ଅଟକ ରଖାଯାଇଥିଲା। ସଂସଦ ମାର୍ଗ ଥାନାରେ ସେମାନଙ୍କ ବିରୋଧରେ ଏତଲା ମଧ୍ୟ ରୁଜୁ ହୋଇଥିଲା। ରେ ଆଇନ ଅନୁଯାୟୀ ସମ୍ପୃକ୍ତ ମାମଲାଗୁଡ଼ିକରେ ସେମାନଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ବଣ୍ଡ୍‌ରେ ବାନ୍ଧି ରଖାଯାଇଥିବା ପୋଲିସ କହିଛି। ଏହି ଘଟଣାକୁ ନେଇ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସରକାର ବିରୋଧୀ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛି। ଏକ୍ସରେ ଏକ ପୋଷ୍ଟ୍‌ କରି ସେ ଲେଖିଛନ୍ତି, ‘ଆଶୁ ଓ ସୌରଭଙ୍କୁ ୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଯାଇଛି। ସେମାନଙ୍କ ଦୋଷ କ’ଣ? ଜନ୍ତରମନ୍ତରରେ ତ୍ରିରଙ୍ଗା ଉତ୍ତୋଳନ କରିବା। ସେ କହିଛନ୍ତି, ନରେନ୍ଦ୍ର ମୋଦୀ, ସାହସ ଦେଖାନ୍ତୁ। ଯଦି ଆପଣ ବିରୋଧୀ ସ୍ୱରକୁ ଦମନ କରିବାକୁ ଏତେ ଦୃଢ଼ପ୍ରତିଜ୍ଞ, ତେବେ ଏପରି କୌଶଳ ପଛରେ ଲୁଚିବା ପରିବର୍ତ୍ତେ ଆନୁଷ୍ଠାନିକ ଭାବେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବାର ସାହସ ଦେଖାନ୍ତୁ।

Tags: