ସିଜେପି ଆନ୍ଦୋଳନ , ୧୬ ଟି ମେଟ୍ରୋ ଷ୍ଟେସନ ବନ୍ଦ

ସିଜେପି ଆନ୍ଦୋଳନ , ୧୬ ଟି ମେଟ୍ରୋ ଷ୍ଟେସନ ବନ୍ଦ
Samaya Live News Picture
Published On

ନୂଆଦିଲ୍ଲୀ : ଜନ୍ତର ମନ୍ତର ଏବଂ କନୋଟ ପ୍ଲେସ୍ ଅଞ୍ଚଳରେ ସିଜେପି ଆନ୍ଦୋଳନ ଜାରି ରହିଛି । ଫଳରେ ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ ରହିବ । ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ସୁରକ୍ଷା କାରଣରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୧୬ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି । ଏଥିରେ ଲୋକ କଲ୍ୟାଣ ମାର୍ଗ, ରାଜୀବ ଚୌକ, ପଟେଲ ଚୌକ, ରାମକୃଷ୍ଣ ଆଶ୍ରମ ମାର୍ଗ, ବାରଖମ୍ଭ ରୋଡ୍‌, ସୁପ୍ରିମକୋର୍ଟ, ସେବା ତୀର୍ଥ, ଜନପଥ, ମଣ୍ଡି ହାଉସ, କେନ୍ଦ୍ରୀୟ ସଚିବାଳୟ, ଆଇଟିଓ, ଦିଲ୍ଲୀ ଗେଟ୍‌, ଇନ୍ଦ୍ରପ୍ରସ୍ଥ, ଖାନ ମାର୍କେଟ, ଜୋର ବାଗ ଏବଂ ଶିବାଜୀ ଷ୍ଟାଡିୟମ ଅନ୍ତର୍ଭୁକ୍ତ ।

ରାଜୀବ ଛକ ଏବଂ ସେଣ୍ଟ୍ରାଲ ସେକ୍ରେଟେରିଏଟରେ ଇଣ୍ଟରଚେଞ୍ଜ ଫ୍ୟାସିଲିଟି ଜାରି ରହିବ । କନୋଟ୍ ପ୍ଲେସ୍ ଏବଂ ଜନ୍ତରମନ୍ତର ପାଖରେ ପ୍ରଦର୍ଶନକାରୀଙ୍କ ଉତ୍ତେଜନା ଦେଖି DMRC ଏଭଳି ନିଷ୍ପତ୍ତି ନେଇଛି । DMRC କହିଛି କି, ଏହି ନିଷ୍ପତ୍ତି ସୁରକ୍ଷା କାରଣରୁ ନିଆଯାଇଛି । ସେପଟେ, ମେଟ୍ରୋ ଷ୍ଟେସନରେ ସିଆରପିଏଫ ନିୟୋଜିତ ରହିଛନ୍ତି । ସଂସଦ ଯିବାକୁ ଥିବା ରାସ୍ତାରେ ସିଆରପିଏଫ ମଧ୍ୟ ନିୟୋଜିତ ରହିଛନ୍ତି । ଜନ୍ତରମନ୍ତର ଆଖାପାଖରେ ଥିବା ମେଟ୍ରୋ ଷ୍ଟେସନରେ ମଧ୍ୟ ଦିଲ୍ଲୀ ପୋଲିସ ନିୟୋଜିତ ରହିଛି ।

 

Tags: